କନକ ବ୍ୟୁରୋ : ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହ ଖଣିରେ ଜାରି ରହିଛି ସିବିଆଇ ରେଡ୍‌ । ଚତୁର୍ଥ ଦିନରେ ଚଢ଼ାଉ କରି ତଦନ୍ତ କରୁଛନ୍ତି ସିବିଆଇ ଅଧିକାରୀ । ଉଚ୍ଚ ମାନର ଲୁହା ପଥରକୁ ନିମ୍ନମାନର ଦର୍ଶାଇ ବିକ୍ରି କରିବା ସହ କୋଟି କୋଟି ଟଙ୍କା ହେରଫେର କରାଯାଇଛି । ଯାହାର ଖୋଳତାଡ଼ କରୁଛି ସିବିଆଇ । ସିବିଆଇର ଅତିରିକ୍ତ ଏସ୍ପି ଏନ.ଆର ମୀନାଙ୍କ ନେତୃତ୍ବରେ ଚାଲିଛି ତଦନ୍ତ। ୭ ଜଣିଆ ଟିମ୍‌ରେ ୪ଜଣ ସିବିଆଇ ଓ ୩ଜଣ ଭିଜିଲାନ୍ସ ଅଧିକାରୀ ରହିଛନ୍ତି । ବରସୁଆଁ ଲୌହ ଖଣି ଟେନସାସ୍ଥିତ କାର୍ୟ୍ୟାଳୟରେ କାଗଜପତ୍ରର ଟିକିନିଖି ଯାଞ୍ଚ କରାଯାଉଛି । ଖଣି ଷ୍ଟକର ମଧ୍ୟ ଯାଞ୍ଚ କରାଯାଉଛି । ପ୍ରଥମେ ଭିଜିଲାନ୍ସ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଇଥିଲା । ତେବେ କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିବା ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।