ଓଡିଶାରୁ ତଡ଼ି ପାର ହେଲେଣି ୪୯ ବାଂଲାଦେଶୀ : ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ । ଚଳିତ ଅଧିବେଶନରେ ସ୍ବାଭାବିକ ଭାବେ ଚାଲୁଛି ଗୃହ ।   ଗୃହରେ ବିଭିନ୍ନ ପ୍ରସଙ୍ଗରେ ହେଉଛି ଆଲୋଚନା । ଆଜି ବିରୋଧୀ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା କରାଯିବ

1

Photograph: (KANAKNEWS)

କନକବ୍ୟୁରୋ : ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ। ଚଳିତ ଅଧିବେଶନରେ ସ୍ବାଭାବିକ ଭାବେ ଚାଲୁଛି ଗୃହ ।  ଗୃହରେ ବିଭିନ୍ନ ପ୍ରସଙ୍ଗରେ ହେଉଛି ଆଲୋଚନା । ଆଜି ବିରୋଧୀ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ।  ସେପଟେ ସ୍ବାସ୍ଥ୍ୟ, ଅର୍ଥ, ଆଇଟି , ସାଧାରଣ ପ୍ରଶାସନ, ଗୃହ ବିଭାଗର ରହିଛି ପ୍ରଶ୍ନକାଳ ।  ତେବେ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା ଓ ମଣ୍ଡି ଅଚଳାବସ୍ଥା ପ୍ରସଙ୍ଗ ନେଇ ବିରୋଧୀ ହଙ୍ଗାମା କରିପାରନ୍ତି ।  

ଅଧିକ ପଢନ୍ତୁ.. ବିଧାନସଭାରେ ଦୁଇ ନେତା ମୁହାଁମୁହିଁ: ସ୍ୱାସ୍ଥ୍ୟମନ୍ତ୍ରୀ VS ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ

ଏଥିସହ ବାଂଲାଦେଶୀକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ  , ନୂଆ ସରକାର ଆସିବା ପରେ ଚିହ୍ନଟ ହେଲେଣି ୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୪୯ ଜଣ ଙ୍କୁ ବାଂଲାଦେଶ ପଠା ଗଲାଣି  ।  ଖୋର୍ଦ୍ଧା ୨୪, କଟକ ରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟ ୧ ବାଂଲାଦେଶୀ ଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠାଯାଇଛି । ୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି ।  ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରଜ୍ଜୁ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe