କନକ ବ୍ୟୁରୋ : ପୁଣି ଆମ୍ବ ଟାକୁଆର ଭୟ। ପୂର୍ବରୁ ଆମ୍ବ ଟାକୁଆ ନେଇ ବିଗତ ଦିନରେ ଫୁଲବାଣୀ ଜିଲ୍ଲା, ରାଜ୍ୟ ତଥା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଫୁଲବାଣୀରେ ଆମ୍ବ ଟାକୁଆକୁ ଜବତ କରିଛି ଖାଉଟି ବିଭାଗ । ଖବର ପାଇ ଖାଉଟି ବିଭାଗର ଗୋଟିଏ ଟିମ୍ ଫୁଲବାଣୀ ସ୍ଥିତ ଲକ୍ଷ୍ମୀ ବଜାରର ମନ୍ଦାକିନି ଏଜେନ୍ସି ଗୋଦାମରେ ଚଢାଉ କରିଥିଲା । ସେଠାରେ ଗୋଦାମରେ ୪୮ବସ୍ତା ଆମ୍ବ ଟାକୁଆ, ବିକ୍ରି ପାଇଁ ରଖାଯାଇଥିବା ବେଳେ ଜବତ କରାଯାଇଛି । ଏହି ସବୁ ଆମ୍ବ ଟାକୁଆକୁ ଟେଷ୍ଟ ପାଇଁ ପଠାଯାଇଛି । ଏଥିସହ ଗୋଦାମ ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଛି ଯୋଗାଣ ବିଭାଗ । ଗୋଦାମ ମାଲିକ ଜଗନ୍ ସୁବୁଦ୍ଧିଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି ଖାଉଟି ଅଧିକାରୀ । ବର୍ତ୍ତମାନ ଆମ୍ବ ଟାକୁଆ ସମୟ ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଗୋଦାମରେ ଏହିଭଳି ଚଢ଼ାଉ କରାଯିବ ବୋଲି ଜିଲ୍ଲା ଯୋଗାଣ ଓ ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ।
ଫୁଲବାଣୀ ଲକ୍ଷ୍ମୀବଜାରରୁ ଜବତ ହେଲା ୪୮ ବସ୍ତା ଆମ୍ବ ଟାକୁଆ, ଗୋଦାମ ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ
ଖବର ପାଇ ଖାଉଟି ବିଭାଗର ଗୋଟିଏ ଟିମ୍ ଫୁଲବାଣୀ ସ୍ଥିତ ଲକ୍ଷ୍ମୀ ବଜାରର ମନ୍ଦାକିନି ଏଜେନ୍ସି ଗୋଦାମରେ ଚଡାଉ କରିଥିଲା । ସେଠାରେ ଗୋଦାମରେ ୪୮ବସ୍ତା ଆମ୍ବ ଟାକୁଆ, ବିକ୍ରି ପାଇଁ ରଖାଯାଇଥିବା ବେଳେ ଜବତ କରାଯାଇଛି ।
/kanak/media/media_files/2025/05/23/QptouOUXw0TXCJJpB45M.jpg)