କନକ ବ୍ୟୁରୋ:  ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ବଦଳିଲେ ବିଏମସି ଓ ସିଏମସି କମିସନର । ଅନେକ ଜିଲ୍ଲାର ଜିଲ୍ଲାପାଳ ବି ପରିବର୍ତ୍ତନ ହୋଇଛନ୍ତି। । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କୁ ଏଥର ବିଏମସି କମିସନର ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଚଳିତ ରଥଯାତ୍ରାରେ ଦଳା ଚକଟା ହେବା ପରେ, ସରକାର ଚଞ୍ଚଳକୁ ଖୋର୍ଦ୍ଦା ଜିଲ୍ଲାପାଳ ଦାୟିତ୍ବରୁ ମୁକ୍ତ କରି ତୁରନ୍ତ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦେଇଥିଲେ। ଭୁବନେଶ୍ବର ମହାନଗର ନିଗମର କମିସନର ଦାୟିତ୍ବ ସେ ଏଣିକି ତୁଲାଇବେ । ସେହିପରି ବରିଷ୍ଠ ଆଇଏଏସ ଅଫିସର ରୂପା ରୋସନ ସାହୁ ରାଜ୍ୟପାଳଙ୍କ ସଚିବ ହେବେ। ସେହିଭଳି ୧୬ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି ।

Advertisment

ଅମ୍ରିତ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି । ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ । ଆରଡିସିଙ୍କୁ ବି ପରିବର୍ତ୍ତନ କରାଯାଇଛି । ହେମନ୍ତ ଶର୍ମା ଲୋକ ସଂପର୍କ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେବେ। ଭାସ୍କରଜ୍ୟୋତି ଶର୍ମା ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ହେବେ। ସଞ୍ଜୀବ କୁମାର ମିଶ୍ର- ଅର୍ଥ ବିଭାଗର ପ୍ରମୁଖ ସଚିବ ହେବେ। ମନୀଷ ଅଗ୍ରୱାଲଙ୍କୁ ଅତିରିକ୍ତ ଏସଆରସି ଭାବେ ନିଯୁକ୍ତି ମିଳିଛି । ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷିଣାଞ୍ଚଳ ଆରଡିସି ହେବେ। ଗୁହା ପୁନମ ତାପସ କୁମାର କେନ୍ଦ୍ରାଞ୍ଚଳ ଆରଡିସି ହେବେ ।