School Photograph: (KanakNews)
କନକ ବ୍ୟୁରୋ: ପଛରେ କଳାପଟା, ଆଗରେ ଥୁଆ ହୋଇଛି ପେଟି ପେଟି ଔଷଧ । ଏ ଦୃଶ୍ୟ ବର୍ଷେ କି ଦୁଇ ବର୍ଷର ନୁହଁ, ୪୬ ବର୍ଷର । ୧୯୮୦ରେ ରାଜକନିକା ହାଟସାହିରେ ଏହି ସରକାରୀ ହୋମିଓପ୍ୟାଥିକ୍ ଚିକିତ୍ସାଳୟ ସ୍ଥାପିତ ହୋଇଥିଲା । ସେବେଠୁ ଉଚ୍ଚ ବିଦ୍ୟାଳୟର ଭଙ୍ଗା ଘରେ ରୋଗୀ ଦେଖା ଚାଲିଛି । ଏମିତି ନୁହଁ ଯେ, ନିଜସ୍ବ ଘର ନାହିଁ ୨୦୧୫ରୁ ଚିକିତ୍ସାଳୟ ପାଇଁ ଗୃହ ନିର୍ମାଣ ସରିଛି । କିନ୍ତୁ ଏଠାକୁ ଯିବାକୁ ରାସ୍ତା ନାହିଁ । ୧୧ ବର୍ଷ ହେଲାଣି ଗୃହ ମେଡିକାଲ୍କୁ ହସ୍ତାନ୍ତର କରାଯାଉନି । ଫଳରେ ଉଦଘାଟନ୍ ପୂର୍ବରୁ ଏହା ଏବେ ପୁନରୁଦ୍ଧାର ଖୋଜୁଛି । କାନ୍ଥ ଫାଟିଗଲାଣି । କବାଟ ଭାଙ୍ଗିଗଲାଣି । ବିଭାଗୀୟ ଉଦାସୀନତା ପାଇଁ ସରକାରଙ୍କ ୧୫ ଲକ୍ଷ ଟଙ୍କା ଖତ ଖାଉଥିବା ଅଭିଯୋଗ ହୋଇଛି ।
ମୃତ୍ୟୁ ଦଣ୍ଡକୁ ଇରାନ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ, ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡ ପ୍ରସ୍ତାବ ଦେଲେ ଇରାନର ପ୍ରଧାନ ବିଚାରପତି
ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ୨୦ କିମି ଦୂରରେ ଥିବା ଏହି ହୋମିଓପ୍ୟାଥି ଚିକିତ୍ସାଳୟ ଉପରେ ୫ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଛନ୍ତି । କିନ୍ତୁ ଏଥିପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି!, ଔଷଧ ରଖିବାକୁ ଜାଗା ନାହିଁ । ଭଙ୍ଗା ଘରୁ ବର୍ଷା ଦିନେ ପାଣି ଗଳୁଛି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ବି କିଛି ସୁଫଳ ମିଳୁନଥିବା କହିଛନ୍ତି ମେଡିକାଲ୍ ଅଫିସର୍ । କାହା ସ୍ବାର୍ଥରେ ଖର୍ଚ୍ଚ ହେଲା ୧୫ ଲକ୍ଷ? ଠିକାଦାର ଓ ବିଭାଗୀୟ ଅଧିକାରୀ ପୋଷିବା ଲକ୍ଷ୍ୟରେ ନା ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ? ତୁରନ୍ତ ପ୍ରଶାସନ ଏ ଦିଗରେ ଧ୍ୟାନ ନଦେଲେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।
Follow Us