ଅଷ୍ଟପ୍ରହରୀ ଭୋଜି ଖାଇ ୪୬ଜଣ ଅସୁସ୍ଥ ;  ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କଲେ ଡାକ୍ତର

ଅଷ୍ଟପ୍ରହରୀ ଭୋଜି ଖାଇ ୪୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ । ମୟୂରଭଞ୍ଜ କାଶିପାଳ ଗାଁରେ ଅଷ୍ଟପ୍ରହରୀ ଭୋଜି ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ଗ୍ରାମବାସୀ । ଗାଁରେ ପହଞ୍ଚି ଚିକିତ୍ସା କଲେ ଡାକ୍ତରୀ ଦଳ ।

48 people sick

48 people sick Photograph: (KanakNews)

                                                                                                                                                                                           କନକ ବ୍ୟୁରୋ: ଅଷ୍ଟମପ୍ରହରୀ ଭୋଜି ଖାଇ ୪୬ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ । ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ । ମୟୂରଭଞ୍ଜ ସାରସକଣା ବ୍ଲକ କାଶୀପାଳ ଗାଁରେ ପାଖାପାଖି ୫୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗାଁଲୋକ । ଏହାପରେ ଅଧିକାଂଶ ଲୋକଙ୍କୁ ଝାଡ଼ାବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗାଁକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଗତକାଲି ୧୨ ଜଣ ଗୁରୁତର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଗୁରୁତର ହୋଇ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe