‘୫ ବର୍ଷରେ ପ୍ରଚାରରେ ଖର୍ଚ୍ଚ ୪୫୨ କୋଟି’: ନବୀନ, ପାଣ୍ଡିଆନଙ୍କ ଫଟୋରେ ଖର୍ଚ୍ଚ ୧୫ କୋଟି!

Advertisment

ଆପଣ ଶୁଣିଥିଲେ ହେଲିକପ୍ଟରରେ ପାଣ୍ଡିଆନ ଚକର ମାରି ରାଜ୍ୟ ରାଜକୋଷରୁ କେମିତି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ଆଉ ଏକ ରୋଚକ ତଥ୍ୟ ସାମନାକୁ ଆସିଛି। କେବଳ ହେଲିକପ୍ଟରରରେ ଉଡିବା ପାଇଁ ନୁହେଁ ପ୍ରଚାର ପାଇଁ ପାଣି ଭଳି ଟଙ୍କା ଉଡାଇଥିଲେ ନବୀନ ସରକାର। 

ଆପଣ ଶୁଣିଥିଲେ ହେଲିକପ୍ଟରରେ ପାଣ୍ଡିଆନ ଚକର ମାରି ରାଜ୍ୟ ରାଜକୋଷରୁ କେମିତି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ଆଉ ଏକ ରୋଚକ ତଥ୍ୟ ସାମନାକୁ ଆସିଛି। କେବଳ ହେଲିକପ୍ଟରରରେ ଉଡିବା ପାଇଁ ନୁହେଁ ପ୍ରଚାର ପାଇଁ ପାଣି ଭଳି ଟଙ୍କା ଉଡାଇଥିଲେ ନବୀନ ସରକାର। 

RGR

କନକ ବ୍ୟୁରୋ: ଆପଣ ଶୁଣିଥିଲେ ହେଲିକପ୍ଟରରେ ପାଣ୍ଡିଆନ ଚକର ମାରି ରାଜ୍ୟ ରାଜକୋଷରୁ କେମିତି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ଆଉ ଏକ ରୋଚକ ତଥ୍ୟ ସାମନାକୁ ଆସିଛି। କେବଳ ହେଲିକପ୍ଟରରରେ ଉଡିବା ପାଇଁ ନୁହେଁ ପ୍ରଚାର ପାଇଁ ପାଣି ଭଳି ଟଙ୍କା ଉଡାଇଥିଲେ ନବୀନ ସରକାର। 

ପୂର୍ବ ବିଜେଡି ସରକାର ବିଜ୍ଞାପନରେ କେମିତି କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ପାଣି ଭଳି ଖର୍ଚ୍ଚ କରିଛି, ତାର ତଥ୍ୟ ସାମାନାକୁ ଆସିଛି।  ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଥିବା ଲିଖିତ ଉତ୍ତର ଉପରେ ନଜର ପକାନ୍ତୁ।  ୨୦୧୯ ଏପ୍ରିଲରୁ ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ୫ ବର୍ଷ ଭିତରେ ୪୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। 

କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଉତର ଉପରେ ନଜର ପକାନ୍ତୁ। କେବଳ ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନ ପାଇଁ ପ୍ରାୟ ୧୫ କୋଟି ୨୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ତଥ୍ୟ ସାମନାକୁ ଆସିବା ପରେ ସମସ୍ତେ ତାଜୁବ ହୋଇଛନ୍ତି। ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ନବୀନ ବାବୁଙ୍କ ସରକାର ପ୍ରଚାର ପାଇଁ କେମିତି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ସେ ନେଇ ପ୍ରଶ୍ନ ଉଠିଛି। 

ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ସରକାର ବିଜ୍ଞାପନ ଦେଇଥାନ୍ତି। ବିଜ୍ଞାପନ ଜରିଆରେ ଲୋକଙ୍କୁ ସଚେତନ କରିଥାନ୍ତି। କିନ୍ତୁ ନିଜର ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସରକାରଙ୍କୁ ଆଭିମୁଖ୍ୟକୁ ପଦାରେ ପକାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe