କନକ ବ୍ୟୁରୋ : ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ। ଏନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିୟମିତ ହେବେ ସ୍କିମାଟିକ ପ୍ରାଥମିକ ଶିକ୍ଷକ । ରାଜ୍ୟରେ ବର୍ତ୍ତମାନ ୪୫, ୨୯୨ ଟି ପ୍ରାଥମିକ ବିଦ୍ୟାଳୟରେ ୧, ୬୦, ୩୧୯ ଟି ଶିକ୍ଷକ ପଦବୀ ରହିଛି । ନୂଆ ଶିକ୍ଷାନୀତି ଅନୁଯାୟୀ ନୂତନ ୩୯, ୩୬୬ ଟି ପଦବୀ ସୃଷ୍ଟି କରାଯିବ । ଏହା ସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ ଟି ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ । ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ ଟି ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ । ସେହିଭଳି ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ନବମ ଓ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ହଷ୍ଟେଲରେ ରହୁଥିବା ପିଲାଙ୍କ ପାଇଁ ଏଏନଏମ ନିଯୁକ୍ତ କରାଯିବ। ପ୍ରତ୍ୟେକ ୩୦୦ ପିଲାଙ୍କ ପାଇଁ ଜଣେ ଏଏନଏମ ନିଯୁକ୍ତ ହେବେ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ବ ଦିଆଯାଇଛି । ଏହା ସହିତ SCSTRTI ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ । ସେହିପର ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକ ମାନଙ୍କୁ ଯେଉଁମାନେ ବିଇଡି କରିଥିବେ, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ରିସୋର୍ସ ପର୍ସନ ଭାବରେ ନିଯୁକ୍ତି ଦିଆଯିବ । । NCERT ଢାଞ୍ଚାରେ SCERT କୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । Director of Textbook Publication and Marketing ସଂସ୍ଥାର ସୃଦୃଢୀକରଣ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।
ନିୟମିତ ହେବେ ସ୍କିମାଟିକ ଶିକ୍ଷକ, ବର୍ଷକୁ ୧୫ ହଜାର ହାରରେ ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ
ଏହା ସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ ଟି ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ । ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ ଟି ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ । ସେହିଭଳି ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
/kanak/media/media_files/2025/08/22/1-2025-08-22-07-35-25.jpg)