କନକ ବ୍ୟୁରୋ : ଗୁଜରାଟରେ ଏକ ବଡ଼ ଧରଣର ଚିଟ୍ ଫଣ୍ଡ ସ୍କାମର ପର୍ଦ୍ଦାଫାସ ହୋଇଛି । ପ୍ରାୟ 450 କୋଟିର ଦୁର୍ନିତୀ ନେଇ ହୋଇଛି ଖୁଲାସା । ଆଉ ଏଥିପାଇଁ ଏବେ ଗୁଜରାଟ ସିଆଇଡି ଜଣଙ୍କ ପରେ ଜଣେ ଭାରତୀୟ କ୍ରିକେଟରଙ୍କୁ ଜାରି କରୁଛି ସମନ ।
କୁହାଯଆଉଛି ପ୍ରାୟ ୧୧,୦୦୦ ଲୋକଙ୍କୁ ଚୁନା ଲଗାଯାଇଥିଲା ଏକ ଡବଲ ରିଟର୍ଣ୍ଣ ସ୍କିମ୍ ଦ୍ବାରା । ଯେଉଁଥିରେ ଟିମ୍ ଇଣ୍ଡିଆର ଟପ ପ୍ଲେୟର ଶୁଭମନ ଗିଲ ମଧ୍ୟ ନିବେଶ କରିଥିଲେ । ଗିଲ୍ ପ୍ରାୟ 1 କୋଟି 95 ଲକ୍ଷ ଟଙ୍କା ନିବେଶ କରିଥିଲେ । ଏଥିସହିତ ଆଇପିଏଲର ଗୁଜରାଟ ଟାଇଟନ୍ସ ଟିମର କିଛି ପ୍ଲେୟର ବି ଏଥିରେ କୋଟି କୋଟି ଟଙ୍କା ନିବେଶ କରିଥିବା ନେଇ ଗୁଜରାଟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ମାମଲାରେ ଏବେ ମୁଖ୍ୟ ଅଭିଯୁକ୍ତର ବୟାନକୁ ଆଧାର କରି କ୍ରିକେଟର ଶୁବମନ ଗିଲ ଓ ଅନ୍ୟ କିଛି ଖେଳାଳି ମାନଙ୍କୁ ଜାରି ହୋଇପାରେ ସମନ । ବର୍ତ୍ତମାନ ଶୁବମନ ଭାରତୀୟ ଟେଷ୍ଟ ଟିମ ସହ ଅଷ୍ଟ୍ରେଲିଆରେ ଅଛନ୍ତି । ଏଣୁ ସେ ଫେରିଲେ ଏନେଇ ହୁଏତ ଚିତ୍ର ସ୍ପଷ୍ଟ ହେବ । ସେପଟେ ଏତେବଡ଼ ଚିଟଫଣ୍ଡ ଦୁର୍ନୀତିକୁ ନେଇ ଗୁଜରାଟ ପୁଲିସ ଓ ସିଆଇଡିର ସ୍କାନରରେ ଅନେକ ଶିଳ୍ପପତି ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି ।