ମେକ୍ସିକୋରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି

Advertisment

ଭୂସ୍ଖଳନ ଘଟି ୪୧ ଜଣଙ୍କର ମୃତ୍ୟୁ । ମେକ୍ସିକୋର କାଜୋନ୍ସ ନଦୀରେ ଆସିଛି ଭୟଙ୍କର ବନ୍ୟା ।

ଭୂସ୍ଖଳନ ଘଟି ୪୧ ଜଣଙ୍କର ମୃତ୍ୟୁ । ମେକ୍ସିକୋର କାଜୋନ୍ସ ନଦୀରେ ଆସିଛି ଭୟଙ୍କର ବନ୍ୟା ।

ମେକ୍ସିକୋରେ ପ୍ରକୃତିର ତାଣ୍ଡବ

ମେକ୍ସିକୋରେ ପ୍ରକୃତିର ତାଣ୍ଡବ Photograph: (KanakNews)

କନକ ବ୍ୟୁରୋ: ମେକ୍ସିକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସିଛି । ବନ୍ୟା ଓ  ଭୂସ୍ଖଳନ ଘଟି ମେକ୍ସିକୋରେ ଏବେ ସୁଦ୍ଧା ୪୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ରାସ୍ତାଗୁଡ଼ିକରେ ୧୨ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ବହୁ  କାର୍ ଭାସି ଯାଉଥିବା ସମୟରେ  ଦୁର୍ଘଟଣା ଘଟିବାର ଜୋରଦାର ଶବ୍ଦ ସ୍ଥାନୀୟ ବାସିନ୍ଦା ଶୁଣିଥିଲେ।  ସେହି ପାଣି ଆହୁରି ବଢ଼ିବାରେ ଲାଗିଛି ।

ଅଧିକ ଜଳ ପ୍ରବାହିତ ହେବାରୁ ଯାହା ବାକି ଥିଲା, ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କିଛି ଦୃଶ୍ୟକୁ ଦେଖିଲେ ଲାଗୁଛି ଅତି ଭୟଙ୍କର । ଦକ୍ଷିଣ-ପୂର୍ବ ମେକ୍ସିକୋରେ ଅବିରତ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନ ଏବଂ ବନ୍ୟାରେ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସୈନିକ ନିୟୋଜିତ ହୋଇଛନ୍ତି । ରାସ୍ତା ସଫାକରି ଯାତାୟାତ ସୁବିଧା କରାଯାଉଛି ।  
ମେକ୍ସିକୋରେ ପ୍ରକୃତିର ତାଣ୍ଡବ  
ଗଲାଣି ୪୧ ଜୀବନ
ମେକ୍ସିକୋରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି  
ଭୂସ୍ଖଳନ ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଛି
ମେକ୍ସିକୋର କାଜୋନ୍ସ ନଦୀରେ ଆସିଛି ଭୟଙ୍କର ବନ୍ୟା
ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ନିୟୋଜିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe