କନକ ବ୍ୟୁରୋ: ମେକ୍ସିକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସିଛି । ବନ୍ୟା ଓ ଭୂସ୍ଖଳନ ଘଟି ମେକ୍ସିକୋରେ ଏବେ ସୁଦ୍ଧା ୪୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ରାସ୍ତାଗୁଡ଼ିକରେ ୧୨ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ବହୁ କାର୍ ଭାସି ଯାଉଥିବା ସମୟରେ ଦୁର୍ଘଟଣା ଘଟିବାର ଜୋରଦାର ଶବ୍ଦ ସ୍ଥାନୀୟ ବାସିନ୍ଦା ଶୁଣିଥିଲେ। ସେହି ପାଣି ଆହୁରି ବଢ଼ିବାରେ ଲାଗିଛି ।
ଅଧିକ ଜଳ ପ୍ରବାହିତ ହେବାରୁ ଯାହା ବାକି ଥିଲା, ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କିଛି ଦୃଶ୍ୟକୁ ଦେଖିଲେ ଲାଗୁଛି ଅତି ଭୟଙ୍କର । ଦକ୍ଷିଣ-ପୂର୍ବ ମେକ୍ସିକୋରେ ଅବିରତ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନ ଏବଂ ବନ୍ୟାରେ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସୈନିକ ନିୟୋଜିତ ହୋଇଛନ୍ତି । ରାସ୍ତା ସଫାକରି ଯାତାୟାତ ସୁବିଧା କରାଯାଉଛି ।
ମେକ୍ସିକୋରେ ପ୍ରକୃତିର ତାଣ୍ଡବ
ଗଲାଣି ୪୧ ଜୀବନ
ମେକ୍ସିକୋରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି
ଭୂସ୍ଖଳନ ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଛି
ମେକ୍ସିକୋର କାଜୋନ୍ସ ନଦୀରେ ଆସିଛି ଭୟଙ୍କର ବନ୍ୟା
ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ନିୟୋଜିତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/12/landslides-2025-10-12-15-18-22.jpg)