କନକ ବ୍ୟୁରୋ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବାତଳ ଗାଁ ଚାଷୀଙ୍କୁ ମାତ୍ରାଧିକ ପାଣି ବିଲ୍ ଆସିଥିବା ଅଭିଯୋଗ । କୌଣସି କେନାଲ ପାଣି  ଚାଷୀ ମାନେ ବ୍ୟବହାର ନକରି ପ୍ରାୟ ଜଣେ ଜଣେ ଚାଷୀଙ୍କ ପାଖକୁ ୨୦ ହଜାର ରୁ ୭୦ ହଜାର ପର୍ଯ୍ୟନ୍ତ ଜଳ କର ବାକି ଅଛି ବୋଲି ବିଲ୍ ହୋଇଛି । ଜମିରେ ହେଉନାହିଁ ଚାଷ ବର୍ଷକ ବାର ମାସ ବଣ ଜଙ୍ଗଲ ହୋଇ ରହିଥାଏ ଏହି ମୌଜା । ବାତଳର ପଡିଆ ଭଙ୍ଗା, ସୋଲଗାଡ଼ିଆ, ସାତହାଣ୍ଡିଆ, ଆଠ ମାଣ, ସର ର ୧୦ ୦ ଏକର ରୁ ଅଧିକ ଜମି ସବୁବେଳେ ପାଣିରେ ଜଳମଗ୍ନ ହୋଇ ରହୁଥିବା ବେଳେ! ଏଇ ବର୍ଷ ପ୍ରାୟ ଅନେକ ଚାଷୀ ମାନଙ୍କ ପାଖକୁ ଆସିଛି ମୋଟା ଅଙ୍କର ଜଳ କର ରାଶି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଚାଷୀ ଏହି ବାବଦରେ ଡେଲାଙ୍ଗ ରେ ହେଉଥିବା ଜନ ଶୁଣାନୀ ସମାୟରେ ସମୂହ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି।