କନକ ବ୍ୟୁରୋ : ଆତଙ୍କବାଦୀଙ୍କ ବିରୋଧରେ ଥିଲା ‘ଅପରେସନ୍‌ ସିନ୍ଦୂର’ ଏବଂ ଏହା ଶତ ପ୍ରତିଶତ ସଫଳ ହୋଇଛି । ଆଜି ତିନି ସେନାର ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦିଆଯାଇଛି । ଏହାସହ ଭାରତ ପାକିସ୍ତାନ ଯୁଦ୍ଧ ବିରାମ ପରେ ପାକିସ୍ତାନକୁ ସେନା  ଚେତାବନୀ ବି ଦେଇଛି । ଆଜି ରାତିକୁ ଅପେକ୍ଷା, ଅସ୍ତ୍ରବିରତି ଉଲଙ୍ଘନ କଲେ କଡ଼ା ଜବାବ ଦିଆଯିବ ବୋଲି କୁହାଯାଇଛି ।

Advertisment

ଏୟାର ମାର୍ଶଲ କହିଛନ୍ତି, ଭାରତୀୟ ସୀମାରେ ଅନୁପ୍ରବେଶ ସମୟରେ ପାକ୍ ବିମାନକୁ ଧ୍ବସ୍ତ କରାଯାଇଛି । ଗୁଳି ବିନିମୟରେ ୪୦ପାକ୍ ଯବାନଙ୍କ ମୃତ୍ୟୁ ହୋଇଛି । ସଫା ହୋଇଛନ୍ତି ଶହେରୁ ଅଧିକ ଆତଙ୍କୀ । ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ ଧ୍ବଂସ କରାଯାଇଛି । ପାକିସ୍ତାନରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରାଯାଇଛି । ଆତଙ୍କୀ ଆଡ୍ଡା ଧ୍ବଂସ କରିବା ଲକ୍ଷ୍ୟ ଥିଲା । ଆତଙ୍କୀ ହମଲାର କଡ଼ା ଜବାବ ଦିଆଯାଇଛି ।