କନକବ୍ୟୁରୋ : ଦୁନିଆରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର । କାରଣ ଅଧାରୁ ଅଧିକ ସ୍ମାର୍ଟଫୋନ୍ ଉପରେ ଏବେ ମେଲୱେର୍ ଓ ସ୍ବାଇୱେର ବିପଦ । ଏ ବିପଦ ପୁରୁଣା Android OS ଭର୍ସନ୍ ଫୋନ୍ ଉପରେ ଥିବା ଗୁଗଲ ଚେତାଇଛି ।
ରିପୋର୍ଟ କହୁଛି, ବିପଦର କାରଣ ପୁରୁଣା ଆଣ୍ଡ୍ରଏଡ୍ ଓଏସ୍ ଭର୍ସନ ଯୋଗୁଁ , ଯାହା ପୁରୁଣା OS ଉପରେ କାମ କରୁଛି । ପୁରୁଣା ଆଣ୍ଡ୍ରଏଡ୍ ଓଏସକୁ ଏବେ ସିକ୍ୟୁରିଟି ଅପଡେଟ୍ ମିଳୁନି । ଏହି କାରଣରୁ ଏକାଧିକ ସ୍ମାର୍ଟଫୋନକୁ ନେଇ ବିପଦ ଢ଼ାଙ୍କିଲାଣି । ବିପଦରେ ଥିବା ସ୍ମାର୍ଟଫୋନ୍ ସଂଖ୍ୟା ଦୁନିଆରେ ୧୦୦କୋଟିରୁ ଅଧିକ ।
ଅଧିକ ପଢନ୍ତୁ... ପୁଣି ବଢିଲା ସୁନା ଓ ରୂପା ମୂଲ୍ୟ : ଜାଣନ୍ତୁ କେତେ ?
ସାରା ଦୁନିଆରେ Android 16 ୭. ୫ ପ୍ରତିଶତ ଡିଭାଇସରେ କାମ କରୁଛି । ୧୯.୩ ପ୍ରତିଶତ ଫୋନରେ ଚାଲିଛି Android 15 । ୧୭ ପ୍ରତିଶତ ସ୍ମାର୍ଟଫୋନରେ Android 14 ଏବଂ ୧୩ ପ୍ରତିଶତରୁ ଅଧିକ ସ୍ମାର୍ଟରେ କାମ କରୁଛି Android 13 । ୫୮ ପ୍ରତିଶତ ଫୋନରେ ସିକ୍ୟୁରିଟି ସପୋର୍ଟ ରହିଥିବାବେଳେ ୪୦ ପ୍ରତିଶତ ସ୍ମାର୍ଟଫେଶନରେ ସିକ୍ୟୁରିଟି ସପୋର୍ଟ ଉପଲବ୍ଧ ନାହିଁ ।
ତେଣୁ ସ୍ମାର୍ଟ ଫୋନ୍ ୟୁଜର୍ସଙ୍କୁ ଗୁଗଲ ପକ୍ଷରୁ ଚେତାବନୀ ଦିଆଯାଇଛି, ଯେଉଁମାନଙ୍କ ଫୋନ୍ ପୁରୁଣା ଓଏସ୍ ଦ୍ବାରା କାମ କରୁଛି ସେଗୁଡ଼ିକୁ ଲ୍ୟାଟେଷ୍ଟ ଆଣ୍ଡ୍ରଏଡ୍ ଓଏସ୍ ସହ ଅପଡେଟ୍ କରିବା ନିହାତି ଜରୁରି । ଏହାସହ ସିକ୍ୟୁରିଟି ସପୋର୍ଟ ରେଗୁଲେଟରକୁ ଅପଡେଟ୍ କରିବା ନିହାତି ଦରକାର । ଯଦି ଫୋନ୍ କମ୍ପାନୀ ତରଫରୁ ସିକ୍ୟୁରିଟି ସପୋର୍ଟ ମିଳୁନି ତାହେଲେ ନୂଆ ଫୋନ୍ କିଣିବାକୁ ଚିନ୍ତା କରନ୍ତୁ ।
ସାଧାରଣତଃ ସ୍ମାର୍ଟଫୋନ୍ କରୁଥିବା କମ୍ପାନି ଗୁଡ଼ିକ ନିଜ ନିଜ ହ୍ୟାଣ୍ତସେଟ୍ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିଥାଏ । କମ୍ପାନି ସୁରକ୍ଷା ସପୋର୍ଟ ସିଷ୍ଟମ୍ ୪ରୁ ୫ ବର୍ଷ ପାଇଁ ଦେଇଥାଏ । ଏବଂ ସାମସଙ୍ଗ ଓ ଗୁଗଲ ପିକ୍ସଲ ହ୍ୟାଣ୍ଡସେଟ୍ ପାଇଁ ୭ ବର୍ଷର ସିକ୍ୟୁରିଟି ସପୋର୍ଟ ଦେଉଛି ।
ହେଲେ ଏ ସିକ୍ୟୁରିଟି ଅପଡେଟ୍ କ’ଣ ଜାଣିବା ।
ଫୋନ ସେଟରେ ବଗ୍ସ ବା ଟେକ୍ନିକାଲ ଏରର୍ ହେବାର ସମ୍ଭାବନା ଥାଏ । ଏହି ସମସ୍ୟାକୁ ଦୂରେଇବାକୁ ଫୋନ୍ ନିର୍ମାତା କମ୍ପାନି ଏକ ସିକ୍ୟୁରିଟି ଅପେଡଟ୍ ଜାରି କରେ । ଏହାକୁ ଆପଣ ଠିକ୍ ସମୟରେ ଫୋନରେ ଅପଡେଟ୍ ନକଲେ ଆପଣଙ୍କ ଫୋନ୍ ହ୍ୟାକ୍ ହେବାର ଆଶଙ୍କା ରୁହେ ।
ସାରା ବିଶ୍ବରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ଚାଲୁଥିବା ସ୍ମାର୍ଟଫୋନର ସଂଖ୍ୟା ବହୁତ ବେଶି । ଏହି ସମୟରେ ଆଇଫୋନରେ iOS କେବଳ ଆପଲ ସ୍ମାର୍ଟଫୋନୋର ରହି ହେଲେ ଏହାର ସଂଖ୍ୟା କମ୍ । ସାମସଙ୍ଗ, ରିୟଲମି , ରେଡମି, ଓପୋ, ୱାନପ୍ଲସ୍ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ବ୍ୟବହାର କରି ସ୍ମାର୍ଟ ଫୋନରେ ବ୍ୟବହାର କରି ବଜାରକୁ ଛାଡ଼ନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/6-2026-02-07-13-17-21.jpg)