କନକ ବ୍ୟୁରୋ : ରାତି ଅନିଦ୍ରା ହୋଇ ପ୍ରତିବାଦ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ୪୦ଟି ପରିବାର । କେବଳ ବଡ଼ ଲୋକ ନୁହେଁ, କୁନି କୁନି ଶିଶୁ ବି ସାମିଲ ହୋଇଛନ୍ତି ଆନ୍ଦୋଳନରେ । ନା ଅଛି ମଶାରୀ, ନା ତମ୍ବୁ । କାକର ଭିଜା ରାତିରେ, ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ଗ୍ରାମବାସୀ ।

Advertisment

ରାଜନଗର ବ୍ଲକ ସାତଭାୟା ସମୁଦ୍ର ଗର୍ଭରେ ଅନେକ ଗାଁ ଲୀନ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ୫୦୦ରୁ ଅଧିକ ପରିବାରକୁ ବଗପଟିଆ ଥଇଥାନ କେନ୍ଦ୍ରରେ ଜାଗା ଓ ଘର ଦେଇ ସ୍ଥାନାନ୍ତର କରାଯାଇଛି । କିନ୍ତୁ ୪୦ ପାରିବାରକୁ ବାଦ୍ ଦେଲେ ଏ ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଅନେକ ଥର ଏନେଇ ଅଭିଯୋଗ କରିଛନ୍ତି ଏହି ୪୦ ପରିବାର । ସରକାରୀ ସ୍ତରରେ ଥଇଥାନ ନେଇ ନିର୍ଦ୍ଦେଶ ବି ହୋଇଛି । ମାତ୍ର ୧୦ ବର୍ଷ ପରେ ବି କିଛି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଦୁଇ ଦିନ ହେବ ଆମରଣ ଅନଶନରେ ୪୦ ପରିବାର । ଅହୋ ରାତ୍ର ଅନଶନରେ ବସିଛନ୍ତି । କିନ୍ତୁ ଏନେଇ କୌଣସି ଆଲୋଚନା କରାଯାଉନଥିବା ଅଭିଯୋଗ ହୋଇଛି ।