ରାଜ୍ୟରେ ୫  ମାସରେ ଯାଇଛି ୪୦ ହାତୀଙ୍କ ଜୀବନ । ଆଖି ବୁଜିଛନ୍ତି ୫ କଲରାପତରିଆ । ଗୃହରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

Advertisment

ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗତ ଜୁଲାଇ ୧ ତାରିଖରୁ ନଭେମ୍ବର ୨୦ ତାରିଖ ଭିତରେ ରାଜ୍ୟରେ ୪୦ରୁ ଅଧିକ ହାତୀ ଆଖି ବୁଜିଥିବାବେଳେ, ୫ଟି କଲରାପତରିଆ, ଆଉ ୨୦୦ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଇଛି

ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗତ ଜୁଲାଇ ୧ ତାରିଖରୁ ନଭେମ୍ବର ୨୦ ତାରିଖ ଭିତରେ ରାଜ୍ୟରେ ୪୦ରୁ ଅଧିକ ହାତୀ ଆଖି ବୁଜିଥିବାବେଳେ, ୫ଟି କଲରାପତରିଆ, ଆଉ ୨୦୦ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଇଛି

elephant death 1

କନକ ବ୍ୟୁରୋ: ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗତ ଜୁଲାଇ ୧ ତାରିଖରୁ ନଭେମ୍ବର ୨୦ ତାରିଖ ଭିତରେ ରାଜ୍ୟରେ ୪୦ରୁ ଅଧିକ ହାତୀ ଆଖି ବୁଜିଥିବାବେଳେ, ୫ଟି କଲରାପତରିଆ, ଆଉ ୨୦୦ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଇଛି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଖାଲି ସେତିକି ନୁହେଁ,  ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ହାତୀ ଓ କଲରାପତରିଆ ବାଘ ମୃତ୍ୟୁ ସମ୍ପର୍କରେ ବିଭାଗୀୟ ତଦନ୍ତ ଚାଲିଛି । ହାତୀ ମୃତ୍ୟୁ ମାମଲାରେ ଏପର୍ୟ୍ୟନ୍ତ ୨୬ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୨ ଜଣ ଫରେଷ୍ଟ ଗାର୍ଡ ଆଉ ଜଣେ ଫରେଷ୍ଟରଙ୍କୁ କାର୍ୟ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦିଆଯାଇଛି । ସେପଟେ କଲରାପତରିଆ ବାଘ ମାମଲାରେ ୧୪ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଅନ୍ୟପଟେ ହାତୀ ଓ ବାଘ ମୃତ୍ୟୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା ଓ ଶିକାରୀଙ୍କ ଗତିବିଧି ନୀରିକ୍ଷଣ ପାଇଁ ସ୍କ୍ୱାର୍ଡ ମୁତୟନ, ଜନସଚେତନତା ଇତ୍ୟାଦି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଜୁଲାଇ ୧ ତାରିଖରୁ ଆଜି ପର୍ୟ୍ୟନ୍ତ ରାଜ୍ୟରେ ହାତୀ, ବାଘଙ୍କ କେଉଁ କାରଣରୁ ମୃତ୍ୟୁ ହେଇଛି, ସେନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖି ଏଭଳି କିଛି ତଥ୍ୟ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe