ସମସ୍ୟାରେ ବଡ଼ଚଣା ଧାଉଡ଼ିଆପଦାର ୪୦ ଦଳିତ ପରିବାର, ମୌଳିକୁ ସୁବିଧାରୁ ବଞ୍ଚିତ ଗାଁର ଲୋକ

ରାଜ୍ୟକୁ ନେତା ପରେ ନେତା ଦେଇଥିବା ଯାଜପୁର ଜିଲ୍ଲାର ବିଭିନ୍ନ ଗାଁର ବିକାଶ ଗତ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ପୂର୍ବ ବିଜେଡି ସରକାରର ଅସଲ ରୂପକୁ ପଦାରେ ପକାଇଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଏହି ଗାଁ ଧାଉଡିଆପଦା । ପାଖାପାଖି ବାରଶହରୁ ଅଧିକ ଲୋକେ ରହୁଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ।

17

କନକ ବ୍ୟୁରୋ : ବିକାଶର ଡେଙ୍ଗୁରା ବାଜୁଛି । ସହର ଠାରୁ ଗାଁ ସବୁୁଠି ହୋଡିଂ ପୋଷ୍ଟର ଓ ବ୍ୟାନରରେ ବିକାଶ ଚକ୍ ଚକ୍ କରୁଛି । ହେଲେ ବାସ୍ତବ ବିକାଶର ଚିତ୍ର ବିନାଶ ଭଳି ଲାଗୁଛି । ନେତାଙ୍କ ଭାଷଣ ଓ ପୋଷ୍ଟରର ଚମକତା ଏଠି ଯେମିତି ସବୁ ଫିକା ଫିକା ଦିଶୁଛି । ରାଜ୍ୟକୁ ନେତା ପରେ ନେତା ଦେଇଥିବା ଯାଜପୁର ଜିଲ୍ଲାର ବିଭିନ୍ନ ଗାଁର ବିକାଶ ଗତ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ପୂର୍ବ ବିଜେଡି ସରକାରର ଅସଲ ରୂପକୁ ପଦାରେ ପକାଇଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଏହି ଗାଁ ଧାଉଡିଆପଦା । ପାଖାପାଖି ବାରଶହରୁ ଅଧିକ ଲୋକେ ରହୁଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି । ୬ନମ୍ବର ୱାର୍ଡରେ କେବଳ ଦଳିତ ସମ୍ପ୍ରଦାୟର ଲୋକମାନେ ଦୀର୍ଘ ପଚାଶ ବର୍ଷଧରି ରହିଆସୁଛନ୍ତି । ମୂଲ ମଜୁରୀ ଲାଗି ଚଳୁଥିବା ବେଳେ କିଛି ଲୋକ ପାଖ ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି । ବର୍ଷ ବର୍ଷ ଧରି ଏହି ଗାଁରେ ରହୁଥିବାବେଳେ ଏମାନଙ୍କୁ ପଟ୍ଟା ଖଣ୍ଡିଏ ମିଳିନାହିଁ । ଏମିତିକି ଅନ୍ୟ ସ୍ଥାନରେ ଥଇଥାନ କରିବାର ବ୍ୟବସ୍ଥା କରାଯାଇନାହିଁ । ପାଣିରୁ ନେଇ ଶିକ୍ଷା ସ୍ବାସ୍ଥ୍ୟ ବିପର୍ଯ୍ୟସ୍ତ  ହୋଇପଡ଼ିଛି ।  ବିରୂପା ନଦୀ କୂଳରେ ରହୁଥିବାରୁ । ବର୍ଷା ଦିନରେ ଏମାନଙ୍କ ଦୁଃଖ ଯେମିତି ଦୁଇ ଗୁଣିତ ହୋଇଥାଏ ।

ସମସ୍ୟା ଘେରରେ ଥିବା ଗାଁକୁ ଭୋଟ୍ ସମୟରେ ଚାଲିଆସନ୍ତି ନେତା ମନ୍ତ୍ରୀ । ଆଉ ଭୋଟ୍ ସରିଗଲେ ଭୁଲିଯାନ୍ତି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି । ପୁଣିଥରେ ଗାଁ ସମସ୍ୟା ନେଇ ଅଭିଯୋଗ ହୋଇଛି । ଆଉ ପୁଣିଥରେ ମିଳିଛି ସମାଧାନର ପ୍ରତିଶ୍ରୁତି । 

 ଗରିବ ଆଦିବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେଇ ସମସ୍ତ ସୁବିଧା କରାଯାଇପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe