ରାଜଧାନୀରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଅଭିଯୋଗ; ପିଶାଚ ପାଲଟିଗଲା ପଡୋଶୀ ଯୁବକ

ରାଜଧାନୀରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ପିଶାଚ ପାଲଟିଗଲା ପଡୋଶୀ ଯୁବକ । ପୁଲିସର ତଦନ୍ତ ଆରମ୍ଭ ।ଅଭିଯୁକ୍ତ ଥାନାରେ ଅଟକ ।

ଅଦ୍ୟତନ ହୋଇଛି
BBSR__

କନକ ବ୍ୟୁରୋ: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ପୁରା ଦେଶରେ ଆକ୍ରୋଶ, ଚର୍ଚ୍ଚା ଓ ପ୍ରତିବାଦ। ଏସବୁ ଭିତରେ ରାଜଧାନୀ ଭୁବନେଶ୍ୱରରେରେ ଲଜ୍ଜା। ୪ ବର୍ଷର ଛୁଆକୁ ମଧ୍ୟ ଛାଡିଲେ ନାହିଁ ପିଶାଚ । ରାଜଧାନୀରେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । 
 ପଡ଼ୋଶୀ ଘରର ୩୦ ବର୍ଷ ବୟସ୍କ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି କଳଙ୍କିତ ଘଟଣା । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ନାବାଳିକାକୁ ଡାକ୍ତରୀମାଇନା ପାଇଁ ପଠାଇବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । 

ଭୁବନେଶ୍ୱର ଡିସିପି ଏହି ସୂଚନା ଦେଇଛନ୍ତି । କୋଲକାତା ଓ ମହାରାଷ୍ଟ୍ର ଲଜ୍ଜାକୁ ନେଇ ସାରା ଦେଶରେ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି । ଏପରି ସମୟରେ ରାଜଧାନୀ ଛାତିରେ ଏଭଳି ନିନ୍ଦନୀୟ ଘଟଣା ସମସ୍ତଙ୍କ ଉଦେବେଗ ବଢାଇଦେଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe