କନକ ବ୍ୟୁରୋ: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ପୁରା ଦେଶରେ ଆକ୍ରୋଶ, ଚର୍ଚ୍ଚା ଓ ପ୍ରତିବାଦ। ଏସବୁ ଭିତରେ ରାଜଧାନୀ ଭୁବନେଶ୍ୱରରେରେ ଲଜ୍ଜା। ୪ ବର୍ଷର ଛୁଆକୁ ମଧ୍ୟ ଛାଡିଲେ ନାହିଁ ପିଶାଚ । ରାଜଧାନୀରେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ।
ପଡ଼ୋଶୀ ଘରର ୩୦ ବର୍ଷ ବୟସ୍କ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି କଳଙ୍କିତ ଘଟଣା । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ନାବାଳିକାକୁ ଡାକ୍ତରୀମାଇନା ପାଇଁ ପଠାଇବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଭୁବନେଶ୍ୱର ଡିସିପି ଏହି ସୂଚନା ଦେଇଛନ୍ତି । କୋଲକାତା ଓ ମହାରାଷ୍ଟ୍ର ଲଜ୍ଜାକୁ ନେଇ ସାରା ଦେଶରେ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି । ଏପରି ସମୟରେ ରାଜଧାନୀ ଛାତିରେ ଏଭଳି ନିନ୍ଦନୀୟ ଘଟଣା ସମସ୍ତଙ୍କ ଉଦେବେଗ ବଢାଇଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/HXMJBssaahpfVx2PgCeu.jpg)