କନକ ବ୍ୟୁରୋ:  ରାଜସ୍ଥାନର କୋଟପୁଲିରେ ବୋରୱେଲରେ ଖସିଥିବା ୪ ବର୍ଷର ବାଳିକା ଚେତନାକୁ ଉଦ୍ଧାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର ତାକୁ ଉଦ୍ଧାର କରାଯିବାର ଆଶା ଉଜ୍ଜ୍ୱଳ ହୋଇଛି । ୫ ଧରି ଚାଲିଥବା ଉଦ୍ଧାର ଅଭିଯାନରେ ୧୭୦ ଫୁଟ ଗଭୀର ପର୍ଯ୍ୟନ୍ତ ସାମାନ୍ତରାଳ ବୋରୱେଲ ଖୋଳା ସରିଲାଣି । ଏଲ୍ ସେପ୍ ପାଇପ୍ ଦ୍ୱାରା ଚେତନା ପର୍ଯ୍ୟନ୍ତ ପହଞ୍ଚିବା କାମ ଶେଷ ହେବା ଉପରେ ।

Advertisment

ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ନିୟୋଜିତ ଅଭିଜ୍ଞତା ସଂପନ୍ନ  ରାଟ୍ ମାଇନର୍ସ ଟିମ୍ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।  ସେମାନେ ଚେତନାକୁ ସୁରକ୍ଷିତ ଭାବେ ବାହାରକୁ ଆଣବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଉଦ୍ଧାର କାମରେ ବର୍ଷା ବାଧକ ସାଜିଛି । ବର୍ତ୍ତମାନ ୧୦୦ ଟନ୍ କ୍ଷମତା ବିଶିଷ୍ଟ କ୍ରେନ୍ ଯୋଗେ ୩୦ ଫୁଟ ଲମ୍ୱା ଇନର ପାଇପକୁ ଭିତରେ ଭର୍ତ୍ତି କରାଯାଉଛି । ଫଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ଉଦ୍ଧାରକାରୀ ଟିମ୍ କହିଛନ୍ତି । ଶୀଘ୍ର ୪ ବର୍ଷର ବାଳିକା ଚେଚନାକୁ ଉଦ୍ଧାର କରାଯିବା ୱୋଲି ଆଶା କରାଯାଉଛି  ।