ଉତ୍ତରାଖଣ୍ଡ ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା । ୫ ଯାତ୍ରୀ ମୃତ, ୨ ଗୁରୁତର ।

ଉତ୍ତରାଖଣ୍ଡ ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା । ୫ ଯାତ୍ରୀ ମୃତ, ୨ ଗୁରୁତର । ଡେରାଡୁନରୁ ହର୍ଷିଲକୁ ଯାଉଥିଲା ହେଲିକପ୍ଟର ।

 chopper crash

chopper crash Photograph: (KanakNews)

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଆଜି ସକାଳୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି । ହେଲିକପ୍ଟରରେ ମୋଟ ୭ ଜଣ ଯାତ୍ରୀ ଥିଲେ । ଡେରାଡୁନକୁ ହର୍ଷିଲକୁ ହେଲିକପ୍ଟରଟି ଯାଉଥିବା ସୂଚନା ରହିଛି । 

ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଖବର ସୋସିଆଲ ମିଡିଆରେ ସେୟାର କରିବା ସହ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ହେଲିକପ୍ଟରରେ ପର୍ଯ୍ୟଟକମାନେ ଡେରାଡୁନରୁ ହର୍ଷିଲ ହେଲିପ୍ୟାଡକୁ ଯାଉଥିଲେ। ଦୁଇ ସ୍ଥାନ ମଧ୍ୟରେ ଦୂରତା ପାଖାପାଖି ୩୦ କିଲୋମିଟର । ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅଧବାଟରେ ଏକ ଘଞ୍ଚ ଜଙ୍ଗଲରେ ହେଲିକପ୍ଟରଟି ଖସିପଡିଲା । ଉତ୍ତରକାଶୀ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe