ଚାକିରି ପାଇବା ଖୁସିରେ ପାର୍ଟି ସାରି ଫେରୁଥିଲେ ; ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ଚାକିରି ପାଇବା ଖୁସିରେ ପାର୍ଟି ସାରି ଫେରୁଥିଲେ ; ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ , ଅନ୍ୟ ୨ ଗୁରୁତର। ମହାରାଷ୍ଟ୍ରର ଘଟଣା

4ତଦଂନୂକ

କନକ ବ୍ୟୁରୋ : ମୃତ୍ୟୁ କେତେବେଳେ କିପରି ଆସିବ କେହି ପାରିବେନି। ମଣିଷର ଖୁସି, ଦୁଃଖ ତା ପାଖରେ ସବୁ ସମାନ। ଆଉ ସମସ୍ତଙ୍କଠାରୁ ହଠାତ୍ ସବୁ ଆଶାକୁ ଛଡେଇ ନେବ। ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ବିଡ୍ ଜିଲ୍ଲାରେ। ଏକ ସଡକ ଦୁର୍ଘଟଣାରେ ଡକାଡକି ହୋଇ ଆରପାରିକୁ ଚାଲିଯାଇଛନ୍ତି ୪ ସାଙ୍ଗ। 

ସୂଚନା ମୁତାବକ, ଆଜିମ ପଶାମିୟା ନାମକ ଜଣେ ଯୁବକ ଏସଆରପିଏଫରେ ନିଯୁକ୍ତି ପାଇବା ପରେ ଅନ୍ୟ ୫ ଜଣ ସାଙ୍ଗଙ୍କ ସହ ପାର୍ଟି କରିବାକୁ ଯାଇଥିଲେ। ସୋମବାର ସେମାନେ ମଞ୍ଜରଶୁମ୍ଭ ଯାଇଥିଲେ। ହେଲେ ପାର୍ୟି ସାରି ଫେରିବା ବେଳକୁ ଶମ୍ଭାଜୀ ନଗର ଲାତୁର ନିକଟରେ ସେମାନଙ୍କ କାର ଏକ ଟ୍ରକ ସହ ପିଟିହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଅନ୍ୟ ଜଣେ ସାଙ୍ଗର ମୃତ୍ୟୁ ହୋଇଥିଲା। ଏବେବି ଆଉ ୨ଜଣ ସାଙ୍ଗଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe