ସୁନ୍ଦରଗଡରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା ; ୪ ଜଣଙ୍କୁ ଅଟକ, ସ୍ବାମୀ ସାମିଲ ଥିବା ସନ୍ଦେହ କରୁଛି ପୋଲିସ।

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବଡ଼ କଥା ହେଉଛି ସ୍ତ୍ରୀଙ୍କ ହତ୍ୟା ଘଟଣାରେ ସ୍ବାମୀ ସାମିଲ୍ ଥିବା ପୋଲିସ ସନ୍ଦେହ କରିଛି ।

33ମମମମମମମମମମମମ

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବଡ଼ କଥା ହେଉଛି ସ୍ତ୍ରୀଙ୍କ ହତ୍ୟା ଘଟଣାରେ ସ୍ବାମୀ ସାମିଲ୍ ଥିବା ପୋଲିସ ସନ୍ଦେହ କରିଛି । ମୃତ ମହିଳା ସୌମ୍ୟାମୟୀ ବେହେରାଙ୍କ ସ୍ବାମୀ ଦେବେନ ବେହେରାଙ୍କୁ ପୋଲିସ ଅଟକ ରଖିଛି। ଏଥିସହ ଜଣେ ପୋଲିସ କର୍ମଚାରୀ ଓ ଅନ୍ୟ ୨ ଜଣଙ୍କୁ ପୋଲିସ ଅଟକ ରଖି ଛାନଭିନ୍ କରୁଛି। 

ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଲୁଟ୍ ଉଦ୍ୟମ ବେଳେ ଚିତ୍କାର କରିବାରୁ ଗୁଳି କରିଥିଲେ । ବିଳମ୍ବିତ ରାତିରେ କବାଟ ବାଡେଇଥିଲେ ଦୁଇ ଲୁଟେରା । କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। କବାଟ ଖୋଲିବା ମାତ୍ରେ ମହିଳାଙ୍କ ବେକରୁ ସୁନା ଚେନ ଟାଣିଥିଲେ । ସୌମ୍ୟାମୟୀ ଚିତ୍କାର ଶୁଣି ଧରାପଡ଼ିଯିବା ଭୟରେ ଛାତିକୁ ଗୁଳି କରିଥିଲେ । ସୌମ୍ୟାମୟୀ ସାତ ମାସର ଗର୍ଭବତୀ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe