ମରଣଯନ୍ତା ପାଲଟିଛି ଓଡ଼ିଶା ମେଟାଲିକ୍ସ । ୬ ମାସରେ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଆହତ

Advertisment

ଝାରସୁଗୁଡା ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ ପାଲଟିଛି ମରଣଯନ୍ତା। ୬ମାସରେ ଦୁର୍ଘଟଣା ଘଟି ୪ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

ଝାରସୁଗୁଡା ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ ପାଲଟିଛି ମରଣଯନ୍ତା। ୬ମାସରେ ଦୁର୍ଘଟଣା ଘଟି ୪ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

odisha metalicks

କନକ ବ୍ୟୁରୋ: ଝାରସୁଗୁଡା ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ ପାଲଟିଛି ମରଣଯନ୍ତା। ୬ମାସରେ ଦୁର୍ଘଟଣା ଘଟି ୪ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ବାରମ୍ବାର ଅଘଟଣ ଘଟୁଥିବା ଅଭିଯୋଗ କରାଯାଇଛି। ମଙ୍ଗଳବାର ପୁଣିଥରେ ଅଘଟଣ ଘଟିଛି, ବର୍ଣ୍ଣିଫିକେସନ୍ ପ୍ଲେଟ ପଡ଼ି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ବର୍ଣିଫିକେସନ୍ ପ୍ଲେଟ ବା ଏକ ବିଶାଳ ଲୁହା ପ୍ଲେଟ ଖସି ପଡ଼ିବାରୁ ତଳେ କାର୍ଯ୍ୟରତ କର୍ମଚାରୀ ମାନେ ଏଥିରେ ଫସି ଯାଇଥିଲେ। ସହକର୍ମୀଙ୍କ ଦ୍ଵାରା ୬ ଜଣଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ୨ ଜଣକ ମୃତ୍ୟ ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅଲେଖ ଦେବା। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe