୪ ଓଡିଆଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର: ଜାଣନ୍ତୁ କାହାକୁ କେଉଁ କ୍ଷେତ୍ରରେ ମିଳିବ ପୁରସ୍କାର?

Advertisment

ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର । ୧୧୩ ଜଣଙ୍କୁ ପଦ୍ମଶ୍ରୀ, ୧୯ ଜଣଙ୍କୁ ପଦ୍ମଭୂଷଣ, ୭ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ବିଜେତା ତାଲିକାରେ କିଛି ଅଜଣା ଓ କେତେକ ଅନନ୍ୟ ପ୍ରତିଭାଧାରୀଙ୍କ ନାମ ରହିଛି । ପଦ୍ମଶ୍ରୀରେ ୪ ଜଣ ଓଡିଆଙ୍କ ନାଁ ବି ରହିଛି ।

22odia

Photograph: (kanak news)

କନକ ବ୍ୟୁରୋ: ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର । ୧୧୩ ଜଣଙ୍କୁ ପଦ୍ମଶ୍ରୀ, ୧୯ ଜଣଙ୍କୁ ପଦ୍ମଭୂଷଣ, ୭ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ବିଜେତା ତାଲିକାରେ କିଛି ଅଜଣା ଓ କେତେକ ଅନନ୍ୟ ପ୍ରତିଭାଧାରୀଙ୍କ ନାମ ରହିଛି । ପଦ୍ମଶ୍ରୀରେ ୪ ଜଣ ଓଡିଆଙ୍କ ନାଁ ବି ରହିଛି । ସେହିପରି କୁଏତର ଯୋଗ ଗୁରୁ ଶେଖ ଏଜ ଅଲ ଶବା, ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ ମେସେଟଙ୍କ ସମେତ ସେଓ ସମ୍ରାଟ ହରିମାନଙ୍କ ନାମ ରହିଛି । ଗୋଆର ଶହେବର୍ଷୀୟ ସ୍ୱାଧିନତା ସଂଗ୍ରାମୀ, ପଶ୍ଚିମବଙ୍ଗାଲର ଏକ ଢାକ ବାଦକ ଭଳି ୩୦ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବେ ସରକାର । ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ତିନି ଭାଗରେ ବିଭକ୍ତ । ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମବିଭୂଷଣ ଭାବେ ସର୍ବୋଚ୍ଚ ଅବଦାନ ପାଇଁ ସମ୍ମାନୀତ କରାଯାଇଥାଏ । 

୪ ଓଡିଆଙ୍କୁ ପଦ୍ମଶ୍ରୀ 
ମେଡିସିନ ପାଇଁ ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ 
ଅଦୈତ ଚରଣ ଗଡନାୟକଙ୍କୁ କଳା ପାଇଁ ପଦ୍ମଶ୍ରୀ 
ପ୍ରତିଭା ଶତପଥୀଙ୍କୁ ସାହିତ୍ୟ ପାଇଁ ପଦ୍ମଶ୍ରୀ 
ଦୁର୍ଗାଚରଣ ରଣବୀରଙ୍କୁ କଳା ପାଇଁ ପଦ୍ମଶ୍ରୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe