ସର୍ଚ୍ଚ ଅପରେସନରେ ଟଳିଲେ ୪ ମାଓବାଦୀ ; ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ୍‌ବେଳେ ୪ ମାଓବାଦୀ ନିପାତ । ପାଲଟା ଗୁଳିରେ ଜଣେ ଡିଆରଜି ଯବାନ ସହିଦ । ଏକେ୪୭, ଏସଏଲଆର ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ।

wwaas

କନକ ବ୍ୟୁରୋ: ଛତିଶଗଡ଼ରେ ମାଓ ଅପରେସନ୍ । ଏନକାଉଣ୍ଟରରେ ୪ ନକ୍ସଲ ନିପାତ। ଜଣେ ଡିଆରଜି କନଷ୍ଟେବଳ ସହିଦ । ସୂଚନା ଅନୁସାରେ,  ଦାନ୍ତେୱାଡ଼ା ଜଙ୍ଗଲରେ ଡିଆରଜି, ଏସଟିଏଫ୍ ସମେତ ୪ ଜିଲ୍ଲାର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀଙ୍କ ସହ ହୋଇଥିଲା ଗୁଳିବିନିମୟ । ଏଥିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛିବାବେଳେ ଜଣେ ହେଡ କନଷ୍ଟେବଳ ସହିଦ ହୋଇଛନ୍ତି । ଦାନ୍ତେୱାଡା ଡିଆରଜି ହେଡ୍ କନଷ୍ଟେବଳ ସାନୁ କୁମାର ମାଓବାଦୀଙ୍କ ପାଲଟା ଗୁଳିର ଶିକାର ହୋଇଥିଲେ । ଜଙ୍ଗଲରୁ ୪ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି । ଏଥିସହ ଏକେ-୪୭, ଏସଏଲଆର ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe