ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ ଜୀବନ ; ପାଇଖାନା ଟାଙ୍କି ଫଲ୍ସ ଖସି ଅଘଟଣ

ନବରଙ୍ଗପୁର ନନ୍ଦାହାଣ୍ଡି ପଡ଼ାଲଗୁଡ଼ା ଗାଁରେ ଅଭାବନୀୟ ଘଟଣା । ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ । ପାଇଖାନା ଟାଙ୍କିରେ କାମ କରିବା ସମୟରେ ଅଘଟଣ ।

suffocation death

suffocation death Photograph: (KanakNews)

କନକ ବ୍ୟୁରୋ: ନବରଙ୍ଗପୁର ନନ୍ଦାହାଣ୍ଡି ପଡ଼ାଲଗୁଡ଼ା ଗାଁରେ ଅଭାବନୀୟ ଘଟଣା । ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପାଇଖାନା ଟାଙ୍କିରେ କାମ କରିବାବେଳେ ଏଭଳି ଅଘଟଣ ଘଟିଛି । ଏକ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବାବେଳେ ପାଇଖାନାର ଫଲ୍ସ ଖସିଯାଇଥିଲା । ଫଳରେ ଶ୍ବାସରୁଦ୍ଧ ହୋଇ ୨ ଜଣ ଗୁରୁତର ହୋଇପଡ଼ିଥିବାବେଳେ ଅନ୍ୟ ଦୁଇ ସହଯୋଗୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ତେବେ ସେମାନେ ମଧ୍ୟ ଶ୍ବାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ୍ , ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଅଗ୍ନିଶମ ବାହିନୀ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । 

ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ହୋଇଛି । ମୃତକ ହେଲେ ଏନ.ସନ୍ତୁ ( ୨୮ ବର୍ଷ),  ଅମିର ଖୁରା ( ୩୦ ବର୍ଷ), ତ୍ରିଲୋଚନ ଭତରା ( ୨୫ ବର୍ଷ) , ଲାଲୁ ରଣା କାମରା (୨୬ ବର୍ଷ) । ସମସ୍ତଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe