କନକ ବ୍ୟୁରୋ: ମୁମ୍ବାଇ କୁର୍ଲାରେ ବଡ଼ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ମାଡ଼ିଗଲା ବସ, ୪ଜଣଙ୍କ ମୃତ୍ୟୁ, ୨୫ରୁ ଅଧିକ ଆହତ । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । 

Advertisment

ସୋମବାର ରାତିରେ କୁର୍ଲା ପଶ୍ଚିମ ରେଳ ଷ୍ଟେସନର ଆମ୍ବେଦକର ନଗର ଅଞ୍ଚଳରେ ସରକାରୀ ବସ ଏହି ଦୁର୍ଘଟଣା ଘଟାଇଛି । ବସଟି କୁର୍ଲାରୁ ଅନ୍ଧେରୀକୁ ଯାଉଥିବା ବେଳେ ହଠାତ ବ୍ରେକଫେଲ ହୋଇଯିବା ସହିତ ଲୋକଙ୍କ ଉପରେ ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ହିଁ ୩ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ୨୫ରୁ ଅଧିକ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସ୍ଥଳରୁ ୫୦୦ ମିଟର ପରିଧି ମଧ୍ୟରେ ଲାଗିଥିବା ସମସ୍ତ ସିସିଟିଭିର ଫୁଟେଜ ଯାଞ୍ଚ କରି ଦୁର୍ଘଟଣାର କାରଣ ଖୋଜୁଛି ପୁଲିସ୍ ।