କନକବ୍ୟୁରୋ: ସାଧାରଣ ନିର୍ବାଚନର ଦୁଇ ମାସ ପୂର୍ବରୁ ଉଦଘାଟନ ହୋଇଥିବା ସ୍ମାର୍ଟ ପାର୍କର ହାଲ ବେହାଲ। ଗତ ଜାନୁୟାରୀ ୩ରେ ବିଜେଡିର ପୂର୍ବତନ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ସ୍ମାର୍ଟ ପାର୍କ ଉଦଘାଟନ କରିଥିଲେ । 

Advertisment

ସହରବାସୀଙ୍କ ପାଇଁ ସହର ବାହାରେ ଖର୍ଚ୍ଚ ହୋଇଛି ଚାରି କୋଟିରୁ ଉର୍ଦ୍ଧ ଟଙ୍କା । ବର୍ତମାନ ପାର୍କକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଦୁର୍ନୀତି । ଟାଇଲ ଓ ମାର୍ବଲ ସବୁ ଭାଙ୍ଗି ଗଲାଣି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ନିମ୍ନମାନର କାମର ପରିଣାମ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବଲାଙ୍ଗୀରରେ ଏକ ବଡ଼ ପାର୍କ ନଥିବାରୁ ସ୍ମାର୍ଟ ପାର୍କ ପାଇଁ ଉତ୍ସାହିତ ଥିଲେ ବଲାଙ୍ଗୀରବାସୀ। ହେଲେ ଏଠି ପିଇବା ପାଣି କି ଛାଇର କୌଣସି ସୁବିଧା ନାହିଁ । ଅଳ୍ପ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ଜମି ରହୁଛି ପାଣି। ଥରେ ପାର୍କ ଗଲେ, ଆଉ ଯିବାକୁ ମନ କରୁନାହାନ୍ତି । ନିମ୍ନମାନର କାମର ତଦନ୍ତ କରାଯାଉ ।

କାମ ସହ ଜଡ଼ିତ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ  ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି ହୋଇଛି ।  ସରକାର ଲୋକଙ୍କ ମନୋରଞ୍ଜନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବଲାଙ୍ଗୀର ସ୍ମାର୍ଟ ପାର୍କରେ ୪ କୋଟି ଖର୍ଚ୍ଚ ହୋଇ ସୁଦ୍ଧା କିଛି ଦେଖା ଯାଉନାହିଁ । ଏଭଳି ଦୁର୍ନୀତିର ତଦନ୍ତ କରିବାର ଆବଶ୍ୟକତା ରହିଛି।