କନକ ବ୍ୟୁରୋ : ମହାକାଶରୁ ଫେରିଲେ ୪ ମହାକାଶଚାରୀ । ଋଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥିବୀକୁ ଫେରୁଛି ସ୍ପେଶଏକ୍ସ । ପ୍ରାୟ ୬ ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ଏଇଟ ମିଶନ । ଖରାପ ପାଣିପାଗ ଯୋଗୁଁ ମହାକାଶଚାରୀ ମାଥ୍ୟୁ ଡୋମିନିକ, ମାଇକେଲ ବେରେଟ, ଜିନେଟ ଏପ୍ସ ଓ ଆଲୋକଜାଣ୍ଡର ଗ୍ରୋବନିକନ ଫେରିବେ ମାର୍ଚ୍ଚ ୫ରେ । ଫ୍ଲୋରିଡାର ସ୍ଫେଶ ସେଂଟରୁ ୩୯ଏରୁ ମହାକାଶକୁ ଯାତ୍ରା କରିଥିଲେ । ତେବେ ସେପ୍ଟେମ୍ବରରେ ଫେରିବା କାର୍ୟ୍ୟକ୍ରମ ଥିଲେ ବି ଖରାପ ପାଣିପାଗ କାରଣରୁ ଯାତ୍ରା ଅଟକିଥିଲା । ଅନ୍ୟପଟେ ସୁନୀତା ୱିଲିୟମ ଓ ଅନ୍ୟତମ ମହାକାଶକାରୀ ବୁଚ ବ୍ଲୋମର ଷ୍ଟାରଲାଇନର କ୍ୟାପସୁଲରେ ଯାଇ ମହାକାଶରେ ଫସିରହିଛନ୍ତି । ଯଥାଶିଘ୍ର ସେମାନଙ୍କୁ ଫେରାଇବା ପାଇଁ ନାସା ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି ।