କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ। ପରମ୍ପରା ନାଁରେ ମହିଳାଙ୍କୁ ଅସମ୍ମାନ ନେଇ ଖବର ପ୍ରସାରଣ ପରେ ପୋଲିସର କାର୍ୟ୍ୟାନୁଷ୍ଠାନ। ୪ ଜଣଙ୍କୁ ଉଠାଇନେଲା ଝାରସୁଗୁଡ଼ା ପୋଲିସ। ପୋଲିସ ଉଠାଇ ନେଇ ପଚରାଉଚୁରା କରୁଥିବା ସୂଚନା ମିଳିଛି।
ଝାରସୁଗୁଡ଼ା ରାଉତବାହାଲ ଗାଁରେ ଜଣେ ମହିଳାଙ୍କୁ ଲଣ୍ଡା କରି ଭୋଜି ଭାତ କରିଥିଲେ ଜାତି ଭାଇ । ଦାମ୍ପତ୍ୟ କଳହରୁ ମହିଳା ଜଣଙ୍କ ସ୍ୱାମୀଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ଆଉ ଏହାକୁ ନେଇ ନୃଶଂସ ହୋଇପଡ଼ିଲେ ଜାତିଭାଇ। ମାନବିକତା ଭୁଲିଯାଇ ମହିଳାଙ୍କୁ ଲଣ୍ଡା କରିଥିଲେ। ବାସନ୍ଦ ଭୟ ଦେଖାଇ ଖାସି ମାଂସ କରି ଖୋଜି ଖାଇଥିଲେ। ତାମିଲନାଡୁରେ କାମ କରୁଥିବା ପୁଅ ଗାଁକୁ ଫେରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ସ୍ୱର ଉଠାଛନ୍ତି। ଘଟଣା ନେଇ ସେ ଥାନାର ଦ୍ୱାରସ୍ଥ ବି ହୋଇଥିଲେ। ଏହାପରେ ପୋଲିସ ୪ଜଣଙ୍କୁ ଉଠାଇ ନେଇଥିବା ଜଣାପଡିଛି।
ଝାରସୁଗୁଡ଼ା ରାଉତବାହଲ କଙ୍ଗାରୁ କୋର୍ଟ ଘଟଣା ; ମହିଳାଙ୍କୁ ଲଣ୍ଡା କରିବା ମାମଲାରେ ୪ ଜଣଙ୍କୁ ଉଠାଇ ନେଲା ପୋଲିସ ।
Advertisment
Follow Us