ମାଓବାଦୀଙ୍କୁ ଘାରିଛି ଏନକାଉଣ୍ଟର ଭୟ । ମୃତ୍ୟୁ ଭୟରେ ଗତ ୨୪ ଘଣ୍ଟାରେ ୩୮ ମାଓବାଦୀଙ୍କ ଆତ୍ମସମର୍ପଣ

ଗତ କାଲି ନାରାୟଣପୁର ଜିଲ୍ଲା କୁତୁଲ ଥାନା ଅଂଚଳର ୭ ମହିଳାଙ୍କ ସମେତ ୨୯ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସୁକୁମା ପୁଲିସ ନିକଟରେ ୭ ମହିଳାଙ୍କ ସମେତ ୭ ହାର୍ଡକୋର ମାଓବାଦୀ ସଙ୍ଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

4naxlite

4naxlite Photograph: (4naxlite )

କନକ ବ୍ୟୁରୋ : ମାଓବାଦୀଙ୍କୁ ଘାରିଛି ଏନକାଉଣ୍ଟର ଭୟ।  ମୃତ୍ୟୁ ଭୟରେ ଗତ ୨୪ ଘଣ୍ଟାରେ ଛତିଶଗଡ ସୁକୁମା ଓ ନାରାୟଣପୁର ଜିଲ୍ଲାର ୩୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତ କାଲି ନାରାୟଣପୁର ଜିଲ୍ଲା କୁତୁଲ ଥାନା ଅଂଚଳର ୭ ମହିଳାଙ୍କ ସମେତ ୨୯ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସୁକୁମା ପୁଲିସ ନିକଟରେ ୭ ମହିଳାଙ୍କ ସମେତ ୭ ହାର୍ଡକୋର ମାଓବାଦୀ ସଙ୍ଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ ମାଓ ଦମ୍ପତ୍ତି ଥିବାବେଳେ ସମସ୍ତ ୯ ମାଓବାଦୀଙ୍କ ନାଁରେ ୫୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିବା ଜଣା ପଡିଛି। ଗତ କିଛି ଦିନ ଧରି ଅବୁଝମାଡ ଓ ଦକ୍ଷିଣ ବସ୍ତର ଜଙ୍ଗଲରେ ଲଗାତାର ବଢୁଥିବା ଯବାନଙ୍କ ଅପରେସନ୍‌ ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe