କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବେଡ଼ମିଣ୍ଟନ ଚମ୍ପିୟାନସିପର ଚତୁର୍ଥ ଦିନ ରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗ ର ସେମିଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଛି ।
ଚତୁର୍ଥ ଦିନର ଖେଳରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ୧୫ବର୍ଷ ରୁ କମ ବୟସ ବର୍ଗର କ୍ୱାର୍ଟର ଫାଇନାଲରେ ଉତ୍ତରପ୍ରଦେଶର ଅଗ୍ରୀମା ସିଂ ଙ୍କୁ ୨୧-୧୪ଓ ୨୧-୧୪ପଏଣ୍ଟ ର ଦୁଇଟି ଗେମରେ ପରାଜିତ କରି ସେମି ଫାଇନାଲ ରେ ପହଞ୍ଚିଛନ୍ତି । ଏହି ବୟସ ବର୍ଗରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ, ହାମସିନୀ ଚନ୍ଦରମ ଓ ପଞ୍ଜାବର ଇନାୟତ ଗୁଲାଟି ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲ ରେ ପହଂଚିଛନ୍ତି ।
/filters:format(webp)/kanak/media/media_files/2025/12/04/sdfggfds-2025-12-04-20-11-56.jpg)
ବାଳକ ୧୫ ବର୍ଷରୁ କମ ବିଭାଗର କ୍ୱାର୍ଟର ଫାଇନାଲ ଲଢେଇରେ ତେଲେଙ୍ଗାନା ର ଶ୍ରୀଚେତନ ସୌର୍ଯ୍ୟ ସାମଲା ଟପ ସିଡ ପଞ୍ଜାବର ୱାଜିର ସିଂ ଙ୍କୁ ୨୧-୧୯,୨୧-୨୩,ଓ ୨୧-୧୮ ପଏଣ୍ଟ ରେ ହରାଇ ସେମି ଫାଇନାଲ ପହଞ୍ଚିଛନ୍ତି । ଏହିବିଭାଗ ରେ କର୍ଣ୍ଣାଟକ ର ପୁଷ୍କର ସାଇ, ଦିଲ୍ଲୀର ହର୍ଷିତ ଖତ୍ରୀ ଓ ରାଜସ୍ଥାନର ଅଂଶୁମାନ ଚୌଧୁରୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲରେ ପହଂଚିଛନ୍ତି ।
/filters:format(webp)/kanak/media/media_files/2025/12/04/gfgg-2025-12-04-20-12-11.jpg)
୧୫ବର୍ଷ ରୁ କମ ବାଳିକା ଡବଲସରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ନିଜ ପ୍ରତିଦ୍ବନ୍ଦୀ କର୍ଣ୍ଣାଟକ ଯୋଡି ଶ୍ରେୟା କାନ୍ଦିବିଲ୍ଲା ଓ ଶ୍ରୀ ନାଗଲକ୍ଷ୍ମୀ. ପି. ଙ୍କୁ୨୨-୨୦,୧୪-୨୧,୨୧-୧୧ ପଏଣ୍ଟରେ ପରାସ୍ତ କରି ସେମିଫାଇନାଲରେ ପହଂଚିଛନ୍ତି । ଏହି ବିଭାଗ ର ଅନ୍ୟ ଏକ କ୍ଵାଟର ରେ ତାମିଲନାଡୁ ଯୋଡି ନୟୋନିକା. ଏ. ଏବଂ ଧନ୍ୟା. ଏସ. ଜେ. ଆନ୍ଧ୍ର-ହରିଆଣା ଯୋଡି ତ୍ରିସିଥା ଓ ଜୋଏଲ ରଣାଙ୍କୁ ହରାଇ ସେମିଫାଇନାଲରେ ପହଂଚିଛନ୍ତି ।
୧୭ ବର୍ଷ ରୁ କମ ବାଳିକା ସିଙ୍ଗଲ ବିଭାଗ ରେ ତନଭି ପତ୍ରି ନିଜ ପ୍ରତିଦ୍ବନ୍ଦୀ କେରଳର ହିଥା ମାରିଆ ଜୋସଙ୍କୁ ୨୧-୧୫,୨୧-୧୨ ଦୁଇଟି ଗେମରେ ପରାସ୍ତ କରି ପ୍ରତିଯୋଗୀତ ର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଭାଗ ର ଅନ୍ୟ କ୍ଵାଟର ଫାଇନାଲ ଲଢେଇରେ ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ. ଆର, ଦିଲ୍ଲୀ ଖେଳାଳୀ ଋଷିକା ନନ୍ଦୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଂଚି ଛନ୍ତି । ୧୭ ବର୍ଷ କମ ବାଳକ ବିଭାଗ ରେ ଟପ ସିଡ ଜଗସେର ସିଂ ଖାଙ୍ଗୁରା କର୍ଣ୍ଣାଟକର ପ୍ରଣବ ଏମଙ୍କୁ ୨୧-୧୪,୨୧-୧ ହରାଇ ସେମି ଫାଇନାଲରେ ପହଞ୍ଚିଛନ୍ତି । ଏହି ବିଭାଗରେ ଆସାମର ବର୍ଣ୍ଣିଲ ଆକାଶ ଚେଙ୍ଗମାଇ, ପଞ୍ଜାବର ବିରାଜ ଶର୍ମା, ମହାରାଷ୍ଟ୍ରର ଦେବ ରୂପରେଲିଆ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମିଫାଇନାଲ ରେ ପହଂଚିଛନ୍ତି ।
/filters:format(webp)/kanak/media/media_files/2025/12/04/sdffdfs-2025-12-04-20-12-59.jpg)
୫ ତାରିଖ ଦିନ ସମସ୍ତ ବିଭାଗ ର ସେମି ଫାଇନାଲ ଏବଂ ଆଗାମୀ ୬ ତାରିଖ ଦିନ ଏହି ଜାତୀୟ ଚମ୍ପିୟାନସିପର ସମସ୍ତ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓସବା ତଥା ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/04/p-2025-12-04-20-11-24.jpg)