India Photograph: (Kanak News)
କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି । ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ଜାହାଜ ଚଳାଚଳକୁ ନେଇ ବଢ଼ିଲା ଆଶା । କେବଳ ଶତ୍ରୁରାଷ୍ଟ୍ର ଆମେରିକା, ଇସ୍ରାଏଲ ଓ ୟୁରୋପ ଲାଗି ହର୍ମୁଜ ପ୍ରଣାଳୀ ବନ୍ଦ କରାଯାଇଛି ବୋଲି ସ୍ପଷ୍ଟ କିରଛି ଇରାନ୍ । ବିଶ୍ୱ ବାଣିଜ୍ୟ ଓ ତୈଳ ଯୋଗାଣର ପ୍ରମୁଖ ମାଧ୍ୟମ ହର୍ମୁଜ ପ୍ରଣାଳୀକୁ ନେଇ ଇରାନର 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍' ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛି, ଯାହା ଭାରତ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ।
ଭାରତ ପାଇଁ 'ହର୍ମୁଜ୍' ଖୋଲା !
ଅଧିକ ପଢନ୍ତୁ : ଇରାନ–ଇସ୍ରାଏଲ–ଆମେରିକା ମଧ୍ୟରେ ଆକ୍ରମଣ ଜାରି , ଇରାନର ୩୦ଟି ବୁଡ଼ାଜାହାଜ ଧ୍ୱଂସ କରିବା ଦାବି କଲେ ଟ୍ରମ୍ପ
- ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଛି ଇରାନ୍
- କୌଣସି ଜାହାଜ କଟକଣା ନମାନିଲେ ଧ୍ୱଂସ କରିଦିଆଯିବ ବୋଲି ଚେତାବନୀ
- ହର୍ମୁଜ୍ ଉଭୟ ପଟେ ସମୁଦ୍ରରେ ଅଟକି ରହିଛି ୩୬ଟି ଭାରତୀୟ ଜାହାଜ
- ୨୪ଟି ପଶ୍ଚିମରେ ଓ ୧୨ଟି ଜାହାଜ ପୂର୍ବରେ ଅଟକି ରହିଥିବା ସୂଚନା
- କଟକଣା ପରେ ୨୩ ହଜାର ଭାରତୀୟ ନାବିକ ମଝି ସମୁଦ୍ରରେ ଫସିଛନ୍ତି
- ଆଜି ଭାରତୀୟ ଜାହାଜ ଚଳାଚଳକୁ ନେଇ ସବୁଜ ସଙ୍କେତ ଦେଇଛି ଇରାନ
- ଏହି ସାମୁଦ୍ରିକ ପଥ କେବଳ ଶତ୍ରୁରାଷ୍ଟ୍ର ଗୁଡ଼ିକ ପାଇଁ ବନ୍ଦ ରଖାଯାଇଛି
- ଆମେରିକା, ଇସ୍ରାଏଲ, ୟୁରୋପ ପାଇଁ ବନ୍ଦ ରହିଛି ହର୍ମୁଜ ପ୍ରଣାଳୀ
- ସେମାନଙ୍କର ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ବନ୍ଦ ରହିଛି
- ଭାରତ ଭଳି ବନ୍ଧୁ ରାଷ୍ଟ୍ରମାନଙ୍କର ଜାହାଜ ଚଳାଚଳ ନେଇ ବଢ଼ିଲା ଆଶା
- ତୈଳବାହୀ ଓ ମାଲବାହୀ ଜାହାଜ ବିନା ବାଧାରେ ଯାତାୟାତ କରିପାରିବ
Follow Us