କନକ ବ୍ୟୁରୋ : ଶନିବାର ୯ମ ଥର ପାଇଁ ବିଜେଡି ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ନବୀନ ପଟ୍ଟନାୟକ । ନବୀନ ନବମ ଇନିଂସ ଆରମ୍ଭ କରିବାକୁ ଏହା ଭିତରେ ପ୍ରାୟ ୩୬ ଘଂଟା ବିତି ଯାଇଛି । କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀରେ କାହାକୁ ମିଳିଲା ସ୍ଥାନ, ସେ ଚିତ୍ର ସ୍ପଷ୍ଟ ନହେବା, ବିଜେଡିରେ ଲାଗି ରହିଥିବା କନ୍ଦଳକୁ ପୁଣି ଥରେ ପଦାରେ ପକାଇଛି । ସାଧାରଣତଃ ସଭାପତି ନିର୍ବାଚନ ପୂର୍ବରୁ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥାଏ । ୩୫୫ ରାଜ୍ୟ ପରିଷଦ ସଦସ୍ୟଙ୍କ ମଧ୍ୟରୁ ୮୧ ଜଣ ରାଜ୍ୟ କାର୍ଯ୍ୟକାରିଣୀକୁ ଯାଇଥାନ୍ତି । ଯେଉଁ ପ୍ରକ୍ରିୟା ଏଯାଏଁ ଶେଷ ହୋଇ ପାରିନାହିଁ। କୁହାଯାଉଛି,
- ବିଦ୍ରୋହୀ ନେତାଙ୍କୁ ଚିହ୍ନଟ ପ୍ରକ୍ରିୟା ପାଇଁ ବିଳମ୍ବ
- ବିଶ୍ବସ୍ତ ନେତାଙ୍କୁ କାର୍ଯ୍ୟକାରିଣୀରେ ରଖିବାକୁ ଗୋଟି ଚାଳନା
- ପୂର୍ବରୁ ଲାଗି ରହିଥିବା ବିଦ୍ରୋହର ସାମାଧାନ ହୋଇନାହିଁ
- ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନଚିଟ୍ ପରେ ଅସନ୍ତୋଷ ବୃଦ୍ଧି ଉପରେ ନଜର
- ସେପଟେ ଠିକ୍ ସମୟରେ ଦଳର ସଭାପତି ନିଷ୍ପତି ନେବେ ବୋଲି କହିଛନ୍ତି ଦଳୀୟ ନେତା।
ନିର୍ବାଚନ ପରାଜୟଠାରୁ କ୍ରମାଗତ ଭାବରେ ବିଭିନ୍ନ ଅଡୁଆରେ ବିଜେଡି ଛନ୍ଦି ହୋଇଛି । ଦଳରେ ପାଣ୍ଡିଆାନଙ୍କ ହସ୍ତକ୍ଷପକୁ ଅନେକ ବରିଷ୍ଠ ନେତା ନାପସନ୍ଦ କରିବା ସହ ସିଧାଳଖ ଭାବରେ ଟାର୍ଗେଟ କରୁଛନ୍ତି । ତେଣୁ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ମଧ୍ୟରେ ପାଣ୍ଡିଆନ ବିରୋଧିଙ୍କୁ ବାଦ ଦେବାକୁ ଏପରି ବିଳମ୍ବ ହେଉଥିବା କହିଛନ୍ତି ।
ତେବେ ୯ମ ଥର ପାଇଁ ସଭାପତି ହେଲା ପରେ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଲଢେଇ ଜୋରଦାର ହେବ ବୋଲି କହିଛନ୍ତି । ଏପରିସ୍ଥଳେ ବିନା କ୍ଷମତାରେ ସଂଗଠନକୁ ଆଗକୁ ନେବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।