କନକ ବ୍ୟୁରୋ: ମିଳିଲା ବ୍ରହ୍ମାଣ୍ଡର ସବୁଠୁ ବିଶାଳ ବ୍ଲାକ୍ ହୋଲ୍ । ଯାହାକି ବର୍ତ୍ତମାନ ସମୟରେ ମହାକାଶ ବିଜ୍ଞାନୀଙ୍କ ଆଶ୍ଚର୍ୟ୍ୟ କରିବା ସହ ଏହା ସମ୍ପର୍କରେ ଅଧିକରୁ ଅଧିକ ଭାବିବାକୁ ବାଧ୍ୟ କରିଛି । ମହାକାଶରେ ଥିବା ବ୍ଲାକ୍ ହୋଲ୍ ଆମ ଆକାଶଗଙ୍ଗାଠାରୁ ପ୍ରାୟ ୫ ଅରବ ଆଲୋକବର୍ଷ ଦୂରରେ ଅଛି । ଅର୍ଥାତ ସେଠାକୁ ଯିବାକୁ ହେଲେ, ଆଲୋକର ବେଗରେ ପ୍ରାୟ ୫ ଶହ ଅରବ ଆଲୋକ ବର୍ଷା ଗୋଟିଏ ମଣିଷକୁ ଲାଗିଯିବ । ଏହାସହ ଆଉ ଗୋଟିଏ ରୋଚକ କଥା ହେଲା, ଏହା ଆମର ନିକଟତମ ନକ୍ଷତ୍ର ସୂର୍ଯ୍ୟଠାରୁ ୩୬ ଅରବ ଗୁଣା ବଡ଼ ବୋଲି ବୈଜ୍ଞାନିକମାନେ ଦାବି କରୁଛନ୍ତି ।

Advertisment

ମିଳିଥିବା ସୂଚନା ମୁତାବକ, ଏହି ବ୍ଲାକ ହୋଲ୍ କସ୍ମିକ୍ ଟାଇଟନ୍ ନାମକ ଏକ ଗ୍ୟାଲେକ୍ସିରେ ରହିଛି । ଯାହାକି ନିଜର ଜବରଦସ୍ତ ମାଧ୍ୟାକର୍ଷଣ ବଳ ପାଇଁ ବେଶ ପରିଚିତ । ଏମିତି ଏହା ମଧ୍ୟ ଦେଇ ଆଲୋକ ମଧ୍ୟ ଗତିପାରିନଥାଏ । ତେବେ ବ୍ରିଟେନର ୟୁନିଭର୍ସିଟି ଅଫ୍ ପୋର୍ଟ୍ସମାଉଥର ଜଣେ ବୈଜ୍ଞାନିକ ଥୋମାସ୍ କୋଲେଟ ଏବଂ ତାଙ୍କ ଟିମ୍ ସର୍ବପ୍ରଥମେ ଏ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ଏହି ଆବିଷ୍କାର ବ୍ଲାକ୍ ହୋଲ୍ ସମ୍ପର୍କରେ ବୈଜ୍ଞାନିକଙ୍କ ସିଦ୍ଧାନ୍ତଙ୍କୁ ଚ୍ୟାଲେଞ୍ଜ କରିଛି । ବ୍ରହ୍ମାଣ୍ଡରେ ଏମିତି ଅନେକ କଥା ଅଛି, ଯାହା ସମ୍ପର୍କରେ ବୈଜ୍ଞାନିକମାନେ ଏବେ ବି ଅଜ୍ଞ ଅଛନ୍ତି ବୋଲି ଏହି କଥା ହିଁ ପ୍ରମାଣିତ କରିଛି ।