ଉଦଘାଟିତ ହେଲା ୩୫ ତମ ଧନୁଯାତ୍ରା ମହୋତ୍ସବ, କଂସଙ୍କ ଶାସନରେ ଥରହର ସମ୍ବଲପୁର କୁଚିଣ୍ଡା

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟା ଠାରେ ଆରମ୍ଭ ହୋଇଛି ୩୫ ତମ ଧନୁଯାତ୍ରା ମହୋତ୍ସବ। ରାଜା ଉଗ୍ରସେନଙ୍କ ଅଭିଷେକ, ଦେବକୀ ବାସୁଦେବଙ୍କ ବିବାହ, ଉଗ୍ରସନଙ୍କୁ ଗାଦିଚ୍ୟୁତକ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ, ମଥୁରାରେ କଂସାସୁରଙ୍କ ଶାସନ, ଏ ସବୁ ଦେଖିବେ ଲୋକେ। ଯେଉଁଥିପାଇଁ ଉତ୍ସବମୁଖର କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟା।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟା ଠାରେ ଆରମ୍ଭ ହୋଇଛି ୩୫ ତମ ଧନୁଯାତ୍ରା ମହୋତ୍ସବ। ରାଜା ଉଗ୍ରସେନଙ୍କ ଅଭିଷେକ, ଦେବକୀ ବାସୁଦେବଙ୍କ ବିବାହ, ଉଗ୍ରସନଙ୍କୁ ଗାଦିଚ୍ୟୁତକ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ, ମଥୁରାରେ କଂସାସୁରଙ୍କ ଶାସନ, ଏ ସବୁ ଦେଖିବେ ଲୋକେ। ଯେଉଁଥିପାଇଁ ଉତ୍ସବମୁଖର କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟା।

A3

କନକ ବ୍ୟୁରୋ : କଳା ସଂସ୍କୃତିକୁ ଉଦଜୀବିତ କରିବା ଉଦ୍ଦେଶ୍ୟରେ ଗାଁ ମାନଙ୍କରେ ବିଭିନ୍ନ ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଧନୁଯାତ୍ରା ଅନ୍ୟତମ। ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ ହେଉଛି ଧନୁଯାତ୍ରା। ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟା ଠାରେ ୩୫ ତମ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି। ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ମନ୍ତ୍ରୀ ରବିନାରାୟଣ ନାଏକ ଏହାର ଉଦଘାଟନ କରିଛନ୍ତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟା ଠାରେ ଆରମ୍ଭ ହୋଇଛି ୩୫ ତମ ଧନୁଯାତ୍ରା ମହୋତ୍ସବ। ରାଜା ଉଗ୍ରସେନଙ୍କ ଅଭିଷେକ, ଦେବକୀ ବାସୁଦେବଙ୍କ ବିବାହ, ଉଗ୍ରସନଙ୍କୁ ଗାଦିଚ୍ୟୁତକ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ, ମଥୁରାରେ କଂସାସୁରଙ୍କ ଶାସନ, ଏ ସବୁ ଦେଖିବେ ଲୋକେ। ଯେଉଁଥିପାଇଁ ଉତ୍ସବମୁଖର କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟା। ରଙ୍ଗମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ ଦ୍ବାପର ଯୁଗର ସମସ୍ତ କଥାକୁ ସତେ ଯେମିତି ଜୀବନ୍ତ କରପକାଇଛି। କଂସଙ୍କ ରାଜଦରବାରରେ ରାଜ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ। 

ଅଧିକ ପଢ଼ନ୍ତୁ : ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା; ହୃଦଘାତରେ ହେଲା ଦେହାନ୍ତ

 ୫ ଦିନ ଧରି ଏହି ଧନୁଯାତ୍ରା ଅନୁଷ୍ଠିତ ହେବ। ଦୋକାନ ବଜାର ସାଙ୍ଗକୁ ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ଭିଡ଼ ଜମୁଛି। ପାଞ୍ଚ ଦିନ ଯାକ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ  ରହିଛି । ତେବେ କଂସ ଭୂମିକାରେ ଅଭିନୟ କରୁଥିବା ଗୋଲାପ ଚନ୍ଦ୍ର ଦାସଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଛି। କେବଳ ମନୋରଞ୍ଜନର ନୁହେଁ, ପୁରୁଣା ଐତିହ୍ୟ ଓ ପରମ୍ପରାକୁ ଉଦଜୀବିତ କରିବାର ମାଧ୍ୟମ ସାଜିଛି କୁଚିଣ୍ଡାର ଏହି ଧନୁଯାତ୍ରା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe