କନକ ବ୍ୟୁରୋ:  ଗାଜାରେ ଇସ୍ରାଇଲର ବଡ଼ ଆକ୍ରମଣ । ଗାଜାର ଏକ ସ୍କୁଲକୁ ଟାର୍ଗେଟ କରିଛି ଇସ୍ରାଇଲ ସେନା ।  ବିମାନ ଆକ୍ରମଣରେ ଚାଲିଗଲା ୩୪ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଅନେକ ଶିଶୁ ଓ ମହିଳା । ଆଟାକରେ ୧୯ ଜଣ ମହିଳା ଓ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଗାଜା ପକ୍ଷରୁ ସୂଚନା ଦିଆଯାଇଛି । 

Advertisment

ଏହି ଆକ୍ରମଣରେ ୧୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛି । ଗାଜାରେ ଅନେକ ବିସ୍ଥାପିତ ଏହି ସ୍କୁଲରେ ଶରଣ ନେଇଥିବା ବେଳେ ବୁଧବାର ଇସ୍ରାଏଲ ସେନା ପକ୍ଷରୁ ଏହା ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା । ଏହି ଆକ୍ରମଣରେ ମରିଥିବା ୨ ଶିଶୁଙ୍କ ମଧ୍ୟରୁ ଜଣେ ଗାଜାର ନାଗରିକ ସରକ୍ଷା ଏଜେନ୍ସିର ସଦସ୍ୟ ମୋମିନ ସେଲମିଙ୍କ ଝିଅ ଥିବା ଜଣାପଡ଼ିଛି ।  ମୋମିନ ଆକ୍ରମଣରେ ଆହତଙ୍କ ଚିକିତ୍ସାରେ ସହଯୋଗ କରୁଥିଲେ । ୧୦ ମାସ ହେବ ନିଜ ଝିଅକୁ ଦେଖି ନଥିଲେ ମୋମିମ । ଏବେ ସ୍କୁଲରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସ୍କୁଲରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ଏହାକୁ ଟାର୍ଗେଟ କରାଯାଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଗତ ବର୍ଷେ ହେବ ଇସ୍ରାଏଲ ଗାଜାରେ ଆକ୍ରମଣ କରୁଛି ।