୩୪ ଲକ୍ଷ ଆଧାର କାର୍ଡଧାରୀ ମୃତ! ପଶ୍ଚିମବଙ୍ଗରୁ ଆସିଲା ସାଂଘାତିକ ଘଟଣା

Advertisment

ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏପରି ସାଂଘାତିକ ଘଟଣା । ପଶ୍ଚିମବଙ୍ଗରେ ୩୪ ଲକ୍ଷ ଆଧାର କାର୍ଡଧାରୀଙ୍କୁ ମୃତ ଭାବେ ଚିହ୍ନଟ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କୁ ସୂଚନା ଦିଆଯାଇଛି ।

ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏପରି ସାଂଘାତିକ ଘଟଣା । ପଶ୍ଚିମବଙ୍ଗରେ ୩୪ ଲକ୍ଷ ଆଧାର କାର୍ଡଧାରୀଙ୍କୁ ମୃତ ଭାବେ ଚିହ୍ନଟ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କୁ ସୂଚନା ଦିଆଯାଇଛି ।

45

adhar Photograph: (kanaknews)

କନକ ବ୍ୟୁରୋ: ୩୪ ଲକ୍ଷ ଆଧାରକାର୍ଡ ଭୂତ । ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏପରି ସାଂଘାତିକ ଘଟଣା । ପଶ୍ଚିମବଙ୍ଗରେ ୩୪ ଲକ୍ଷ ଆଧାର କାର୍ଡଧାରୀଙ୍କୁ ମୃତ ଭାବେ ଚିହ୍ନଟ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କୁ ସୂଚନା ଦିଆଯାଇଛି । ଗତ ୨୦୦୯ରୁ ଆଧାର ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୪ ଲକ୍ଷ ମୃତକଙ୍କ ପାଖରେ ଆଧାରକାର୍ଡ ରହିଥିବା ଜଣାପଡ଼ିଛି । ଏହା ସହ, ଆଧାର ନଥିବା ୧୩ ଲକ୍ଷ ଅନ୍ୟ ମୃତ ବ୍ୟକ୍ତିଙ୍କର ତଥ୍ୟ ମଧ୍ୟ ଚିହ୍ନଟ ହୋଇଛି । ଏହି ସମ୍ପୂର୍ଣ୍ଣ ତଥ୍ୟକୁ UIDAI ଅଧିକାରୀମାନେ ଆଜି ନିର୍ବାଚନ ଆୟୋଗକୁ ସୂଚନା ଦେଇଛନ୍ତି । ନିର୍ବାଚନ ନେଇ ଆଧାର ସଂଶୋଧନ ଚାଲିଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ଏହି ଅଭିଯାନରେ ଭୋଟର ତାଲିକାରୁ ନକଲି ସମେତ ମୃତ, ଅନୁପସ୍ଥିତଙ୍କୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି । ବ୍ୟାଙ୍କଗୁଡ଼ିକରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ଆଧାର ସହ ଯୋଡ଼ା ଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବର୍ଷ ବର୍ଷ ଧରି KYC ହୋଇନଥିବା ଆକାଉଣ୍ଟକୁ ଚିହ୍ନଟ କରାଯାଉଛି । ତଥ୍ୟ ଯାଞ୍ଚ ପରେ ଏହି ନାମଗୁଡ଼ିକୁ ତାଲିକାରୁ ହଟାଯିବ ବୋଲି ଜଣାପଡ଼ିଛି । 

କାଲି ନୂଆପଡ଼ା ଉପନିର୍ବାଚନର ଆସିବ ଫଳାଫଳ, ଆସନ ଜିତିବାକୁ ସବୁ ଦଳର ଦମ୍ଭୋକ୍ତି

୩୪ ଲକ୍ଷ ଆଧାରକାର୍ଡ ଭୂତ!
ପଶ୍ଚିମବଙ୍ଗରେ ୩୪ ଲକ୍ଷ ଆଧାର କାର୍ଡଧାରୀ ମୃତ
ଆଧାର କାର୍ଡ ନଥିବା ଅନ୍ୟ ୧୩ ଲକ୍ଷ ମୃତ ବ୍ୟକ୍ତି ଚିହ୍ନଟ
ନିର୍ବାଚନ ଆୟୋଗକୁ UIDAI ଅଧିକାରୀ ଦେଲେ ତଥ୍ୟ
ଆଧାର ସଂଶୋଧନ ବେଳେ ସାମ୍ନାକୁ ଆସିଲା ଘଟଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe