ମେଗା ପ୍ରକଳ୍ପ ନାମରେ ମହାକେଳେଙ୍କାରୀ । ଅଧାପନ୍ତରିଆ ହୋଇ ପଡିଛି ନିର୍ମାଣ କାର୍ଯ୍ୟ, ୩୩୫ କୋଟି ନେଇ ଫେରାର ଅଣଓଡିଆ ଠିକାଦାର

Advertisment

ଗାଁ ଲୋକଙ୍କୁ ଭୂଆଁ ବୁଲାଇବାକୁ ଠିକା ସଂସ୍ଥା ଗାଁ ଗହଳିରେ ଷ୍ଟାଣ୍ଡପୋଷ୍ଟ ଲଗାଇ ପାଇପ୍ ବିଛାଇଥିଲା। ଏବେ ପାଇପ କେଉଁଠି ଖତ ଖାଇଲାଣି ତ କେଉଁଠି ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି । ତତ୍କାଳୀନ ସରକାରର ସମର୍ଥକ ପେଟି ଠିକାଦାରଙ୍କୁ ପାଇପ ବିଛାଇବା ଓ ଷ୍ଟାଣ୍ଡପୋଷ୍ଟ ଲଗାଇବା କାମ ଦେଇଥିଲା ଠିକା ସଂସ୍ଥା। ସେଥିରେ ମଧ୍ୟ କୋଟି କୋଟି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

449

କନକ ବ୍ୟୁରୋ : ଲୋକଙ୍କୁ ଘରେ ଘରେ ସ୍ବଚ୍ଛ ପାଣି ଯୋଗାଇବା, କିନ୍ତୁ ସ୍ବଚ୍ଛ କଥା ଛାଡନ୍ତୁ ଲୋକଙ୍କୁ ପାଣି ଯୋଗାଇପାରୁନାହିଁ। ଅଣଓଡ଼ିଆ ଠିକାସଂସ୍ଥା ୮୫ ପ୍ରତିଶତ କାମ କରିବା ପରେ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ୨୦୧୯ ମସିହାରେ ୩୩୫ କୋଟି ଟଙ୍କା ବ୍ୟୟରେ ଏହି ମେଗା ଜଳପ୍ରକଳ୍ପ ଆରମ୍ଭ ହୋଇଥିଲା । ଏମ.ଇ.ଆଇ.ଏଲ ନାମକ ଅଣଓଡ଼ିଆ ଠିକା ସଂସ୍ଥା କାମ ଅଧାରେ ଛାଡି ଫେରାର ହୋଇଯାଇଛି। ବଡ଼ଚଣା ବ୍ଲକ ରାଧାଦେଇପୁର ଓ ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ବାଲିକୁଦିଆର ଏହି ମେଗା ଜଳପ୍ରକଳ୍ପ ଅଧପନ୍ତରିଆ ହୋଇପଡି ରହିଛି । 

ଗାଁ ଲୋକଙ୍କୁ ଭୂଆଁ ବୁଲାଇବାକୁ ଠିକା ସଂସ୍ଥା ଗାଁ ଗହଳିରେ ଷ୍ଟାଣ୍ଡପୋଷ୍ଟ ଲଗାଇ ପାଇପ୍ ବିଛାଇଥିଲା। ଏବେ ପାଇପ କେଉଁଠି ଖତ ଖାଇଲାଣି ତ କେଉଁଠି ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି । ତତ୍କାଳୀନ ସରକାରର ସମର୍ଥକ ପେଟି ଠିକାଦାରଙ୍କୁ ପାଇପ ବିଛାଇବା ଓ ଷ୍ଟାଣ୍ଡପୋଷ୍ଟ ଲଗାଇବା କାମ ଦେଇଥିଲା ଠିକା ସଂସ୍ଥା। ସେଥିରେ ମଧ୍ୟ କୋଟି କୋଟି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ୨୦୨୩ରେ ଠିକାସଂସ୍ଥା କୋଟିଏ ଟଙ୍କାର ପାଇପ ବିକ୍ରି କରିଦେଇ ଧର୍ମଶାଳା ଥାନାରେ ପାଇପ ଚୋରିର ମିଛ ଏତଲା ଦେଇଥିବା ଆରଟିଆଇ କର୍ମୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଧର୍ମଶାଳା ବିଧାୟକ ଶୀଘ୍ର ପ୍ରକଳ୍ପ ଶେଷ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି । 

୨୦୧୯ରୁ ଆରମ୍ଭ ହୋଇଥିବା ଏହି ମେଗା ଜଳ ପ୍ରକଳ୍ପ ୪ ବର୍ଷ ପରେ ମଧ୍ୟ ସରିପାରୁ ନାହିଁ । ଯାହାକୁ ନେଇ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe