ଇତିହାସର ମୂକସାକ୍ଷୀ ୩୨ ସିଂହାସନ । ପ୍ରତିଟି ପାହାଚର ରହିଛି ଗୋଟିଏ ଗୋଟିଏ କାହାଣୀ  ।

Advertisment

୩୨ ପାହାଚକୁ ନେଇ ରହିଛି ପୁରୁଣା କିମ୍ବଦନ୍ତୀ । ଉନ୍ନତି କରଣ ଉପରେ ଗୁରୁତ୍ବ ଦାବି ।

୩୨ ପାହାଚକୁ ନେଇ ରହିଛି ପୁରୁଣା କିମ୍ବଦନ୍ତୀ । ଉନ୍ନତି କରଣ ଉପରେ ଗୁରୁତ୍ବ ଦାବି ।

singhasan 22

Photograph: (kanaknews)

କନକ ବ୍ୟୁରୋ:  ପାହାଡ଼ ଉପରେ ରହିଛି ଏକ ଛୋଟ ଟିଣ ଘର । ତାର ତଳେ ରହିଛି ୩୨ ଟି ପାହାଚ । ଆଉ ଏହି ପାହାଚକୁ ୩୨ ସିଂହାସନ ବୋଲି କୁହାଯାଏ । ଏଠାରେ ଥିବା ପ୍ରତିଟି ପାହାଚର ଗୋଟିଏ ଗୋଟିଏ କାହାଣୀ ରହିଛି । ଏନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ । ପାହାଚ ଅତିକ୍ରମ ପରେ ରହିଛି ଏହି ଟିଣ ଘର । ଯେଉଁଥିରେ ରହିଛି ମା’ କନକ ଦୁର୍ଗାଙ୍କ ଛୋଟ ମନ୍ଦିର ।

ତା ସହିତ ରାଜାଙ୍କ ସିହାଂସନ । ରାଜାଙ୍କ ଶାସନ କାଳରେ ନିଜର ଇଷ୍ଟ ଦେବୀ ଭାବେ ପୂଜା ପାଉଥିଲେ ମାଆ ଦୁର୍ଗା । ରାଜା ନିଜର ରାଜଧାନି ଜୟପୁରକୁ ନେଇଯିବା ପରେ ସେହି ସ୍ଥାନ ଏବେ ପାଲଟିଛି  ଇତିହାସ ମୁକ ସାକ୍ଷୀ ପାଲଟିଛି ।  ଏବେ ବି ସେହି ଆସନ ରହିଛି ଆଉ ସେଠାରେ ଥିବା ରାଜାଙ୍କ ଦେବୀ କନକ ଦୁର୍ଗା ପୂଜା ପାଉଛନ୍ତି । ହେଲେ କେବଳ ସେହି ସ୍ଥାନରେ ଏକ ଫଳକ ଲଗାଇ ସରିଯାଇଛି କାମ । ଏହାର ଉନ୍ନତିକରଣ ନେଇ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ରାଜାଙ୍କ ଆସନ ପାଖରୁ ନନ୍ଦପୁର ଅଚଂଳ ପୁରା ଦେଖାଯାଉଛି । ଅନେକ ପୌରାଣିକ ଗାଥା ଭରି ରହିଛି ।  ପାର୍ବଣ ରୁତୁ ଆସିଲେ ଏଠାରେ ସମସ୍ତ ପୂଜା ରୀତିର ସହ ହୋଇଥାଏ । ସେଠାରେ ରହିଥିବା ଶାଳଗ୍ରାମର ଅନେକ ମାହାତ୍ମ୍ୟ ରହିଥିବା କୁହନ୍ତି ଗାଁର ଲୋକ । ଏହି ସ୍ଥାନକୁ ଏବେ ବି ଦୂରଦୂରାନ୍ତରୁ ବହୁ ଲୋକ ଆସନ୍ତି । ଆଉ ପୂଜାର୍ଚ୍ଚନା କରିଥାନ୍ତି । ଅବହେଳିତ ହୋଇପଡିଥିବା ଏହି ଇତିହାସର ସ୍ମାରକୀକୁ ଗୁରୁତ୍ବ ଦିଆଯାଇ ଉନ୍ନତି କରାଯିବା ଜରୁରୀ ହୋଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe