କନକ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା । ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବିଧାନସଭାରେ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ୯ ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ ହୋଇଛି । ୧୭ଟି ବିଶ୍ଵବିଦ୍ୟାଳୟରେ ବଢ଼ିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ୧୭ ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ଓ ବିଭିନ୍ନ ବ୍ଲକରେ ୧୦୫ଟି ବିଇଓ ପଦବୀ ପଡ଼ିଛି ଖାଲି। ରାଜ୍ୟର ୯ ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ ହେଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ବାଲିଗୁଡ଼ା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି। ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ ଓ ପଞ୍ଚାୟତ ହାଇସ୍କୁଲ ଗୁରୁଣ୍ଡିଆରେ ୨ଟି ଲେଖାଏଁ ମାମଲା ରହିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ଦେଇଛନ୍ତି । ସେପଟେ ରାଜ୍ୟର ୧୭ଟି ବିଶ୍ବବିଦ୍ୟାଳୟରେ ବଢ଼ିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା । ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି । ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଜଣ ଛାତ୍ରୀଙ୍କୁ ଅଭଦ୍ରଚିତ ବ୍ୟବହାର କରାଯାଇଛି । ସେହିପରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ।
ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ୧ ହଜାର ୪୦୪ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ୨ହଜାର ୨୮୬ ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କେବଳ ଏତିକି ନୁହେଁ ରାଜ୍ୟରେ ଖାଲି ପଡ଼ିଛି ବିଇଓ ପଦବୀ । ରାଜ୍ୟର ବିଭିନ୍ନ ବ୍ଲକରେ ୧୦୫ଟି ବିଇଓ ବା ବ୍ଲକ ଏଜୁକେସନ ଅଫିସର ପଦବୀ ଖାଲି ରହିଛି। ରାଜ୍ୟରେ ଜାଲ୍ ସାର୍ଟିଫିକେଟରେ ଚାକିରି କରି ନିଲମ୍ବିତ ହୋଇଛନ୍ତି ଶିକ୍ଷକ । ୪୨୪ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଛି ଗଣଶିକ୍ଷା ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/19/school-2025-09-19-16-47-06.jpg)