ଅନ୍ଧାରରେ ରାଜ୍ୟର ୩୧ ହଜାର ଅଙ୍ଗନବାଡ଼ି କେନ୍ଦ୍ର । ମଣିଷ ତିଆରି କାରଖାନାରେ କେବେ ଆସିବ ବିଜୁଳି?

ମଣିଷ ତିଆରି କାରଖାନାର ମୂଳଦୁଆ ଆରମ୍ଭ ହୁଏ ଅଙ୍ଗନବାଡ଼ି କେନ୍ଦ୍ରରୁ । କିନ୍ତୁ ସମୟ ଆସି ଏମିତି ପହଁଞ୍ଚିଲାଣି ଅବହେଳାର କଷାଘାତରେ ପଡ଼ି ସନ୍ତୁଳି ହେଉଛି ଅଙ୍ଗନବାଡ଼ି କେନ୍ଦ୍ର । ପିଲାଙ୍କୁ ଅ , ଆ ଶିଖାଉଥିବା ଅଙ୍ଗନବାଡ଼ିରେ ନାହିଁ ଆଲୁଅ ସେବା । କୁନି କୁନି ପିଲାଙ୍କ ଭବିଷ୍ୟତକୁ ଆଲୁଅ ଦେଉଥିବା ଅଙ୍ଗନବାଡ଼ି କେନ୍ଦ୍ର ଆଜି ଅନ୍ଧାର ଘେରରେ । ନିଜସ୍ବ ଘର ବୋଲି ଖଣ୍ଡେ ନାହିଁ । ଯେଉଁଠି ଘର ନାହିଁ ସେଠି ପାଚେରୀ କଥା କିଏ ବା ପଚାରେ । ଯାହାକୁ ନେଇ ଏବେ ବିଧାନସଭାରେ ପଡ଼ିଛି ଅଙ୍ଗନବାଡ଼ି କଥା । 

ଅଦ୍ୟତନ ହୋଇଛି
anganwadi

anganwadi Photograph: (Kanak News )

ମଣିଷ ତିଆରି କାରଖାନାର ମୂଳଦୁଆ ଆରମ୍ଭ ହୁଏ ଅଙ୍ଗନବାଡ଼ି କେନ୍ଦ୍ରରୁ । କିନ୍ତୁ ସମୟ ଆସି ଏମିତି ପହଁଞ୍ଚିଲାଣି ଅବହେଳାର କଷାଘାତରେ ପଡ଼ି ସନ୍ତୁଳି ହେଉଛି ଅଙ୍ଗନବାଡ଼ି କେନ୍ଦ୍ର । ପିଲାଙ୍କୁ ଅ , ଆ ଶିଖାଉଥିବା ଅଙ୍ଗନବାଡ଼ିରେ ନାହିଁ ଆଲୁଅ ସେବା । କୁନି କୁନି ପିଲାଙ୍କ ଭବିଷ୍ୟତକୁ ଆଲୁଅ ଦେଉଥିବା ଅଙ୍ଗନବାଡ଼ି କେନ୍ଦ୍ର ଆଜି ଅନ୍ଧାର ଘେରରେ । ନିଜସ୍ବ ଘର ବୋଲି ଖଣ୍ଡେ ନାହିଁ । ଯେଉଁଠି ଘର ନାହିଁ ସେଠି ପାଚେରୀ କଥା କିଏ ବା ପଚାରେ । ଯାହାକୁ ନେଇ ଏବେ ବିଧାନସଭାରେ ପଡ଼ିଛି ଅଙ୍ଗନବାଡ଼ି କଥା । 

anganwadi 111
anganwadi 111 Photograph: (google)

ରାଜ୍ୟର ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ । ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ । ସେହିପରି ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ପାଚେରୀ । ବିଧାନସଭାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଲିଖିତ ଉତ୍ତର ରଖିଛନ୍ତି। 

ରାଜ୍ୟରେ ମୋଟ ୭୪ ହଜାର ୧୯୨ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶ ନେଇ ପ୍ରଶ୍ନ କରିଥିଲେ ବିଧାୟକ ଅରବିନ୍ଦ ମହାପାତ୍ର । ଭିତ୍ତିଭୂମିର ବିକାଶ ନେଇ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜାଣିବାକୁ ଚାହିଁଥିଲେ ଅରବିନ୍ଦ ମହାପାତ୍ର । ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe