କନକ ବ୍ୟୁରୋ: ମାର୍ଗଶୀର ମାସରେ ପରିବା ଦର ଆକାଶ ଛୁଆଁ । ଦିନକ ତଳେ ଆଳୁ କିଲୋ ୩୦ ଟଙ୍କା ଥିଲା, ଗୋଟିଏ ଦିନରେ ୨୦ ଟଙ୍କା ବଢିଗଲା । ଏବେ ଆଳୁ କେଜି ୫୦ ଟଙ୍କା । ଯାହାକି ଖାଉଟି ମୁଣ୍ଡରେ ଚଡ଼କ ପଡିଛି । ପରିବା ଦେଖିଲେ ଲାଗୁଛି ଡର । ହୋଟେଲ ଠାରୁ ହାଣ୍ଡିଶାଳ ଯାଏଁ ପରିବା ମହଙ୍ଗା ମାଡ଼ ଦେକିବାକୁ ମିଳୁଛି । ସବୁଜ ପନିପରିବାରେ ହାତ ମାରି ହେଉନି । ସେପଟେ ବ୍ୟବସାୟୀମାନେ କହିବା କଥା ହେଲା କଲିକତାରୁ ଆଳୁ ଆସିବା ବନ୍ଦ ହେବା ନେଇ ଆଳୁ ଦର ବୁଦ୍ଧି ପାଇଛିା । ସରକାର ଦର ଦାମ ନିୟନ୍ତଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହାରି ମଧ୍ୟରେ ଆଜି ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ୍ ଆଳୁ ।
ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ୍ ଆଳୁ । ସପ୍ତାହରେ ବଢ଼ିଗଲା ୩୦ ଟଙ୍କା ।
ଆଜି ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ୍ ଆଳୁ । ରାଜ୍ୟରେ ଆଳୁକୁ ନେଇ ଅଭାବନୀୟ ସ୍ଥିତି । ସପ୍ତାହରେ ବଢ଼ିଗଲା ୩୦ ଟଙ୍କା । ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ।
/kanak/media/media_files/2024/12/02/FcjSn4fw1dphaUVt5S6c.jpg)