କନକ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ଜାରି ରହିଛି ପଞ୍ଜୀକରଣ । ଏଥିପାଇଁ ବିଭିନ୍ନ ଜନସେବା କେନ୍ଦ୍ରରେ ଭିଡ଼ ଜମାଉଛନ୍ତି ମହିଳା । ତେବେ ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୩୦ ଲକ୍ଷରୁ ଅଧିକ ମହିଳା ଆବେଦନ କରିଛନ୍ତି । ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଓଡ଼ିଶା ଗସ୍ତରେ ଆସି ଯୋଜନାର ଶୁଭାରମ୍ଭ କରିବା ସହ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବେ ମୋଦୀ । ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ସେଦିନ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ । ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ବର୍ଷକୁ ୧୦ହଜାର ଲେଖାଏଁ ହିସାବରେ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ। ଏହି ଯୋଜନାରେ ସାମିଲ ହେବାକୁ ୪ତାରିଖରୁ ଆବେଦନ ଚାଲଛି । ବିନା ଦେୟରେ ମହିଳାମାନେ ଆବେଦନ କରୁଛନ୍ତି । ତେବେ ସୁଭଦ୍ରାରେ କୌଣସି ତାରିଖ ସମୟ ସୀମା ନାହିଁ । ଯିଏ ଯେବେ ଆବେଦନ କରିବ ସେବେ ସେ ଯୋଜନାର ଫାଇଦା ଉଠାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।