କନକ ବ୍ୟୁରୋ : ନିର୍ମାଣର ବର୍ଷେ ନପୁରୁଣୁ ଭୁଶୁଡିବାକୁ ବସିଲାଣି ୩୦ ଲକ୍ଷର ପୋଲ । ଯାତାୟତ କରିବାକୁ ଭୟ କରୁଛନ୍ତି ଲୋକେ । ଦୀର୍ଘ ଦିନର ଦାବି ପରେ ୬ ଖଣ୍ଡ ଗ୍ରାମର ଲୋକଙ୍କ ଯାତାୟତ ପାଇଁ ନିର୍ମାଣ ହୋଇଥିଲା ପୋଲ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ଦୁର୍ବଳ ହୋଇପଡ଼ଥିବା ଅଭିଯୋଗ ହୋଇଛି ।
ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡ଼ିଆ ପଞ୍ଚାୟତ ମୁଣ୍ଡିମାରି ଗାଁକୁ ସଂଯୋଗ କରୁଥିବା ରାସ୍ତାର ପେଜଗଳା ଠାରେ ଡ୍ରେନେଜ ବିଭାଗ ପକ୍ଷରୁ ପୋଲ ତିଆରି ହୋଇଛି । ୨୦୨୨ରେ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ୧୧ ମାସ ତଳେ ନିର୍ମାଣ ଶେଷ ହୋଇଥିବା ପୋଲ ଏବେ ଭଗ୍ନ ଅବସ୍ଥାରେ । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ସେଫ୍ଟି ଗାର୍ଡ ସବୁ ଭାଙ୍ଗି ଗଲାଣି । ଦେଖିଲେ ଭୟ ଲାଗୁଛି । କେତେବେଳେ ପୋଲଟି ଭୁଶୁଡି ପଡିବ, ଏହି ଆଶଙ୍କା ସ୍ଥାନୀୟ ଲୋକଙ୍କ ମନକୁ ଆସୁଛି ।
ଏହି ରାସ୍ତା ଉପରେ ୬ଟି ଗାଁର ଲୋକ ନିର୍ଭର କରନ୍ତି । ଆଗରୁ ଯାତାୟତ ପାଇଁ ରାସ୍ତା ଖଣ୍ଡିଏ ନଥିଲା । ବାରମ୍ବାର ଦାବି ପରେ ରାସ୍ତା ଓ ପୋଲ ନିର୍ମାଣ ହୋଇଥିଲା । ମାତ୍ର ବର୍ଷେ ନପୁରୁଣୁ ପୋଲର ଅବସ୍ଥା ଦେଖି, ସ୍ଥାନୀୟ ଲୋକେ ଠିକାଦାରଙ୍କୁ ଦାୟୀ କରିଛନ୍ତି । ବିଭାଗୀୟ ଅଧିକାରୀ କହିଛନ୍ତି, ପୋଲ ଉପରେ ଭାରିଯାନ ଯାତାୟତ କରିବାରୁ ଏଭଳି ଦୁର୍ବଳ ସ୍ଥିତି ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/17/r8Zgl7QLbO4bgqZEH15w.jpg)