କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଦବିଲା ୩୦ ଫୁଟର କଂକ୍ରିଟ ରାସ୍ତା । ବାଲେଶ୍ବର ଜଳେଶ୍ବର ବ୍ଲକ ଅନ୍ତର୍ଗତ ନିମାତପୁର ପଞ୍ଚାୟତର କୁଚିଳାଡାଙ୍ଗର ନିକଟରେ କଂକ୍ରିଟ ରାସ୍ତା ଭୁଶୁଡି ପଡିଛି, ଯାହା ଫଳରେ ଯାତାୟତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ଗୋଟେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାବେଳେ ଏପେଟେ ତଳିଆ ଅଞ୍ଚଳ ପାଣି ମଗ୍ନ ହେବା ଓ ବିଭିନ୍ନ ସ୍ଥାନରେ ରାସ୍ତା ଭୁଶୁଡିବା ସ୍ଥାନୀୟ ଲୋକଙ୍କ ଭିତରେ ଭୟଭୀତ ବଢ଼ାଇଛି । ତିନିଦିନ ଧରି ଜାରି ରହିଛି ବର୍ଷା ବିତ୍ପାତ । ଆଜି ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ଜନ ଜୀବନ ଗୋଟିଏ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ବନ୍ୟା ପାଣି ନ କମୁଣୁ ପୁଣି ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳେଶ୍ୱର ଭୋଗରାଇର ବିଭିନ୍ନ ସ୍ଥାନରେ ପାଣି ଜମିବା ଆରମ୍ଭ କଲାଣି।
ସୁବର୍ଣ୍ଣରେଖାରେ ବି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବନ୍ୟା ଆଶଙ୍କା ପୁଣିଥରେ ବଢି ଯାଇଛି । ସେପଟେ ଲଗାଣ ବର୍ଷାରେ ବୁଡିଲା ଭୋଗରାଇ ବ୍ଲକ କୁମ୍ଭୀରଗଡି ବାବା ଭୁସେଣ୍ଡେଶ୍ୱର ମନ୍ଦିର । ସୁବର୍ଣ୍ଣରେଖା ବନ୍ୟା ଜଳରେ ବାବା ଭୁସେଣ୍ଡେଶ୍ୱର ବୁଡି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ । ଗତ ୩ ଦିନ ଧରି ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ୫ ଫୁଟ ପାଣିରେ ବାବା ଭୁସେଣ୍ଡେଶ୍ୱର ଥିବା ବେଳେ ପୂଜାର୍ଚ୍ଚନା ମଧ୍ୟ ବନ୍ଦ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/fw2LOhCVclOroeGu8s6H.png)