କନକ ବ୍ୟୁରୋ: ମହାକୁମ୍ଭରେ ବଡ଼ ଅଘଟଣକୁ ନେଇ ଜୋରଦାର ଚର୍ଚ୍ଚା । ମୌନୀ ଅମାବାସ୍ୟା ଥିବାରୁ ପ୍ରୟାଗରାଜକୁ ଛୁଟିଥିଲା କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁଅ । ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ସମସ୍ତେ ତତ୍ପର ଥିଲେ । ହେଲେ କେହି କେବେ କଳ୍ପନା ବି କରିନଥିଲେ କି, ମହାକୁମ୍ଭରେ ଯମ ଚାହିଁରହିଛି ବୋଲି । ଚାହୁଁ ଚାହୁଁ ଦଳାଚକଟା ଏମିତି ହୋଇଥିଲା ଯେ ଏଯାବତ୍‌ ୩୦ ଜଣଙ୍କ ସରକାରୀ ଭାବରେ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ହେଲେ ଏମିତି  ଅଘଟଣ କେମିତି ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିନାହିଁ ।

Advertisment

ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି
୨୫ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ଯୋଗୀ

କୁମ୍ଭମେଳାରେ ହୋଇଥିବା ଦଳାଚକଟାରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ବି ହୋଇଛନ୍ତି । ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ବି ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ, ରାତି ପ୍ରାୟ ସାଢେ ଗୋଟାଏରୁ ଦୁଇଟା ମଧ୍ୟରେ ଦଳାଚକଟା ହୋଇଥିଲା। ହଠାତ୍ ବ୍ୟାରିକେଡ ଭାଙ୍ଗି ଭିଡ ଉପରେ ଭିଡ ଚଢିଯିବାରୁ ଏଭଳି ଦଳଚକଟା ହୋଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ -୨୫ ଲକ୍ଷର ଅନୁକମ୍ପା ମୂଳକ ଆର୍ଥିକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହାଛଡା ଘଟଣାର ନ୍ୟାୟିକ ତଦନ୍ତ ବି ହେବ । କାଲି ରାତିରେ ଦଳାଚକଟା ପରେ ସାହିସ୍ନାନ ନ କରିବାକୁ ପ୍ରଶାସନ ଘୋଷଣା କରିଥିଲା ।  ୧୩ଟି ଆଖଡା ସହ ଆଲୋଚନା ହୋଇଥିଲା । ମଧ୍ୟାହ୍ନ ପରେ ସାହିସ୍ନାନ ହୋଇଛି । ୩୦ ମୃତକଙ୍କ ମଧ୍ୟରେ ୨୫ ଜଣଙ୍କୁ ଚିହ୍ନଟ ହୋଇଛି । ଅନେକ ଆହତଙ୍କୁ  ହସପିଟାଲକୁ ଡିସଚାର୍ଜ କରାଯାଇଛି ।  ଆଜିର  ସାହିସ୍ନାନ ପାଇଁ  କୌଣସି ଭିଆପି ପ୍ରୋଟକଲ ନଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହଠାତ୍ ବ୍ୟାରିକେଡ ଭାଙ୍ଗି ଲୋକ ଆସିଯିବା ଫଳରେ  ଦଳଚକଟା ହୋଇଥିଲା । ପୁଣି ଥରେ ଏଭଳି ଦୁର୍ଘଟଣା ଯେଭଳି ନଘଟେ ସେନେଇ ପୁଲିସ ପକ୍ଷରୁ ସଚେତନା କାର୍ଯ୍ୟକୁ ତ୍ବରାନିତ୍ବ କରାଯାଇଛି କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନଦେବା, ଅଧିକ ଭିଡ ସ୍ଥାନକୁ ନଯିବାକୁ,ଛୋଟ ପିଲା ଓ ବୟସ୍କଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ମାଇକେ ଯୋଗେ ସଚେତନ କରିଛି ୟୁପି ପୁଲିସ ।ଯଦି କିଛି ସମସ୍ୟା ହୁଏ ତୁରନ୍ତ ସାହାଯ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଛି । ଘଟଣା ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । ଆଜି  ସନ୍ଧ୍ୟା ସୁଦ୍ଧା ସାଢେ ୮ କୋଟି  ଲୋକ ବୁଡ ପକାଇଛନ୍ତି ।