କନକ ବ୍ୟୁରୋ : ମାଛ ଧରିବା ବେଳେ ଭାସିଗଲେ ୩ ଜଣ ଯୁବକ । ୨ ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ଏବେବି ଜଣଙ୍କର ପତ୍ତା ମିଳୁନି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଏହି ଅଘଟଣ ଘଟିଛି ।
ଗୋବରୀ ନଦୀରେ ଜାଲ ପକାଇ ମାଛ ମାରିବା ବେଳେ କୌଣସି କାରଣ ବଶତଃ ଭାସିଯାଇଥିଲେ । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ଖୋଜାଖୋଜି କରି ୨ ଜଣଙ୍କୁ ଉଦ୍ଧାର କରଛନ୍ତି । ଏବେବି ଜଣେ ଯୁବକ ନିଖୋଜ ଅଛନ୍ତି ।