କନକ ବ୍ୟୁରୋ :  ବିଦ୍ୟୁତ୍‌ ତାର ଚୋରି କରି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ ଲୁଟେରା । କାମାକ୍ଷାନଗର ଥାନା ଓରିଙ୍ଗା ବାଲିସାହି ଗାଁରେ ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଛନ୍ତି ତିନି ଯୁବକ । ସେମାନଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ଓରିଙ୍ଗା ବାଲିସାହି ଗାଁ ଭିତରେ ଓ ଆଖପାଖରେ ଥିବା ବିଦ୍ୟୁତ ତାର ଗୁଡିକ କଟର ସାହାଯ୍ୟରେ କାଟି ଚୋରି କରୁଥିଲେ । ସନ୍ଦେହ ହେବାରୁ ୩ ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।  ତିନି ଜଣ ଯୁବକ ପଣ୍ଡୁଆ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ଠାରୁ ଚୋରା ବିଦ୍ୟୁତ ତାର ଜବତ ହୋଇଛି ।  କାମାକ୍ଷାନଗର ପୋଲିସ ପହଞ୍ଚି ୩ଜଣଙ୍କୁ ଗିରଫ ଅଧିକ ତଦନ୍ତ କରୁଛି । 

Advertisment